ଯାତ୍ରୀଙ୍କୁ ଭିନ୍ନ ଉପହାର

0

ନବଜାତ ଶିଶୁଙ୍କୁ ସାଙ୍ଗରେ ନେଇ ଯାତ୍ରା କରିବା କିଛି ସହଜ କଥା ନୁହେଁ । ପ୍ଲେନ୍‌ରେ ଘଣ୍ଟା ଘଣ୍ଟା ଧରି ଶିଶୁମାନଙ୍କୁ କୋଳରେ ବସେଇ ଯାତ୍ରା କରିବା କାଠିକର ପାଠ । ବିଶେଷ କରି ପ୍ଲେନ୍‌ ଟେକ୍‌ଅପ୍‌ କରିବା ସମୟରେ ତାର ଶବ୍ଦରେ ଶିଶୁମାନେ ବିଚଳିତ ହୋଇଥାନ୍ତି ଏବଂ କାନ୍ଦିବାକୁ ଲାଗନ୍ତି ଯାହାଫଳରେ ଅନ୍ୟାନ୍ୟ ଯାତ୍ରୀମାନେ ବିରକ୍ତ ହୋଇଥାନ୍ତି । ତେବେ ଏପରି ଅସୁବିଧାରୁ ଯାତ୍ରୀମାନଙ୍କୁ ନ ଦେବା ପାଇଁ ଏକ ଭିନ୍ନ ଉପାୟକୁ ଆପଣାଇଛନ୍ତି ଦକ୍ଷୀଣ କୋରିଆରୁ ସାନ୍‌ ଫ୍ରାନ୍ସକୋ ଯାତ୍ରା କରୁଥିବା ମହିଳା । ଉକ୍ତ ମହିଳା ଜଣକ ସାଥିରେ ନିଜର ୪ମାସର ଶିଶୁକୁ ନେଇ ଆମେରିକାରେ ରହୁଥିବା ଉଭଣୀଙ୍କ ଘରକୁ ଯାଉଥିଲେ । ଏପରି କ୍ଷେତ୍ରରେ ମହିଳା ଜଣଙ୍କର ଭୟ ଥିଲା ତାଙ୍କ ୪ ମାସର ଶିଶୁ ଯେପରି ଯାତ୍ରା ସମୟରେ ନ କାନ୍ଦୁ ବୋଲି ଯାହା ପାଇଁ ଏକ ଉପାୟକୁ ଅବଲମ୍ବନ କରିଥିଲେ ମହିଳା ଜଣକ । ପ୍ଲେନ୍‌ରେ ଯାତ୍ରା କରୁଥିବା ୨୦୦ଜଣ ଯାତ୍ରୀଙ୍କ ସେଟ୍‌ରେ ଗୋଟେ ଲେଖାଏଁ ପ୍ୟାକେଟ୍‌ ରଖି ଦେଇଥିଲେ । ସେହି ପ୍ୟାକେଟ୍‌ରେ ଥିଲା ଗୋଟିଏ ଇୟର୍‌ପ୍ଲଗ୍‌ ସାଙ୍ଗକୁ ଗୋଟିଏ ଚିଠି। ଚିଠିଟିରେ ଲେଖାଥିଲା ‘ନମସ୍କାର, ମୁଁ ଜୁବନୁ ୪ମାସର ଶିଶୁ। ଆଜି ମୁଁ ମୋ ମା’ ଏବଂ ଆଇଙ୍କ ସହ ମାଉସୀଙ୍କ ଘରକୁ ଯାତ୍ରା କରୁଛି । ଏହା ମୋର ପ୍ରଥମ ଯାତ୍ରା । ତେଣୁ ମୁଁ ଟିକେ ଡରୁଛି ଆଉ ଆଗକୁ କାନ୍ଦିବି ମଧ୍ୟ । ମୋ କାନ୍ଦ ଶୁଣି ଆପଣମାନେ ଯେପରି ବିରକ୍ତ ନହୁଅନ୍ତି ତେଣୁ ଏଥିପାଇଁ ମୁଁ ସମସ୍ତଙ୍କୁ ଇୟରପ୍ଲଗ୍‌ ଉପହାର ଦେଉଛି । ଯାହା ସାହାଯ୍ୟରେ ଆପଣମାନେ ବିରକ୍ତ ହେଲେ କାନରେ ଇୟରପ୍ଲଗ୍‌୍‌କୁ ଲଗାଇ ପାରିବେ’ । ଚିଠି ପଢ଼ିବା ମାତ୍ରକେ ହିଁ ଯାତ୍ରୀମାନଙ୍କ ମୁହଁରେ ହସ ଖେଳିଗଲା । ଯାତ୍ରା ସମୟର ଏହି ଭିନ୍ନ ଦୃଶ୍ୟକୁ ନିଜ କ୍ୟାମେରାରେ ଉତ୍ତୋଳନ କରିଥିଲେ କୋରୋନା। କୋରୋନା ଫେସ୍‌ବୁକ୍‌ ପେଜ୍‌ରେ ପ୍ଲେନ୍‌ରେ ଘଟିଥିବା ଦୃଶ୍ୟ ସହିତ ଚିଠିର ଫଟୋକୁ ଅପଲୋଡ୍‌ କରିଥିଲେ। ଏବେ ଏହି ଫଟୋଗୁଡ଼ିକ ସୋସିଆଲ୍‌ ମିଡ଼ିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗୁଛି ।

Leave A Reply

Your email address will not be published.