ମହାଭାରତର ମହାନାୟକ ମହାବଳୀ ଯୋଦ୍ଧା ଭୀମ ଆଜି ବି ଯୋଧପୁରର ରକ୍ଷା କରୁଥିବା ଦେଖିବାକୁ ମିଳନ୍ତି । କୁହାଯାଉଛି ଯୋଧପୁରର ପାହାଡ଼ିଆ ଅଞ୍ଚଳରେ ପାଣ୍ଡବମାନେ ରହୁଥିଲେ । ଯେତେବେଳେ ଯୋଧପୁର ସହର ସ୍ଥାପନା କରାଗଲା ସେତେବେଳେ ସେ ପାହାଡ଼ ଉପରେ ଭୀମଙ୍କର ଏକ ବିଶାଳକାୟ ମୂର୍ତ୍ତି ସ୍ଥାପନ କରାଗଲା । ସେ ଭୀମ ମୂର୍ତ୍ତିକୁ ଦେଖିଲେ ମନେ ହେଉଛି ଆଜି ବି ମହାବଳୀ ଭୀମ ଯୋଧପୁର ସହରର ରକ୍ଷକ ଭାବେ ଠିଆ ହୋଇଛନ୍ତି । ସେଠାରେ ଏକ ଦେବୀ ମନ୍ଦିର ମଧ୍ୟ ରହିଛି । ମନ୍ଦିରର ପୂଜାରୀ କହନ୍ତି ଏହି ସହର ସ୍ଥାପନା ହେବା ସମୟରୁ ହିଁ ଭୀମଙ୍କୁ ଏହି ସହରର ରକ୍ଷକ ରୂପେ ଦେଖାଯାଏ । ରାମାୟଣ କାଳର ଏହି ପାହାଡ଼ ଉପରେ ପଥରରେ ନିର୍ମିତ ଏକ ବିଶାଳ ପଥର ଲାଠି ପଡ଼ିରହିଛି । ସେଠାକାର ଲୋକମାନେ କହନ୍ତି ଏହି ଲାଠି ଭୀମଙ୍କର । ଆଜି ପର୍ଯ୍ୟନ୍ତ ଏହି ଲାଠିକୁ କେହି ଉଠାଇ ପାରୁ ନାହæôନ୍ତି ।