ରକ୍ଷାକାରୀ ଫ୍ଲୋ

0

ବରଫାବୃତ୍ତ ଇଲାକାରେ ପ୍ରାୟ ସମୟରେ ଅନେକ ଲୋକ ଫସିଯାନ୍ତି । ବରଫରେ ଫସିଥିବା ଲୋକମାନଙ୍କୁ ରକ୍ଷା କରିବା ଏକ କଠିନ କାମ । ତେବେ ଏ କାର୍ଯ୍ୟରେ ଲୋକଙ୍କ ଅପେକ୍ଷା କୁକୁରଙ୍କର ସାହାଯ୍ୟ ଲୋଡ଼ାଯାଏ । ଏ ନେଇ କୁକୁରମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଏ । ତେବେ କୁକୁର ମଣିଷକୁ ବରଫାବୃତ୍ତ ଜାଗାରୁ ରକ୍ଷା କରିବାର ଅନେକ ଭିଡିଓ ସୋସାଲ ମିଡିଆରେ ଭାଇରାଲ ହେଉଛି । ମାଉଣ୍ଟେନ ରେସ୍‌କୁ୍ୟ ସର୍ଚ୍ଚ ଡଗ୍‌ ଇଂଲଣ୍ଡ ନାମକ ଏକ ସଂସ୍ଥା ଏହି କୁକୁରମାନଙ୍କୁ ବରଫରେ ଫସିଥିବା ଲୋକମାନଙ୍କୁ ରକ୍ଷା କରାଯିବା ନେଇ ତାଲିମ ଦିଏ । ନିକଟରେ ଏହି ସଂସ୍ଥା ନିଜର ଏକ ଭିଡିଓ ସେୟାର କରିଛି । ଯେଉଁଥିରେ ଏକ ଟ୍ରେନି କୁକୁର ବରଫରେ ଫସି ଯାଇଥିବା ଲୋକଙ୍କୁ ଅତି କୌଶଳରେ ରକ୍ଷା କରୁଛି । ଏହି କୁକୁରଟି ମାତ୍ର ୪ବର୍ଷର ଓ ଏହାର ନାମ ଫ୍ଲୋ । ସଂସ୍ଥାର ସୂଚନା ମୁତାକବ ଫ୍ଲୋ ବର୍ତ୍ତମାନ ପର୍ଯ୍ୟନ୍ତ ୩୦ଟି ରେସ୍‌କୁ୍ୟ ଅପରେସନ୍‌ରେ ଭାଗ ନେଇ ସାରିଲାଣି । ରକ୍ଷା ଅଭିଜାନରେ ଫ୍ଲୋ ତା’ର ବୁଦ୍ଧି ପ୍ରୟୋଗ କରି ଅନେକ ଜୀବନ ବଞ୍ଚାଇଛି । ତେବେ ଫ୍ଲୋର ଏ ଭିଡ଼ିଓକୁ ୟୁଜର ଖୁବ୍‌ ପସନ୍ଦ କରୁଛନ୍ତି । ସେପଟେ ଫ୍ଲୋ’ ଲୋକଙ୍କୁ ରକ୍ଷା କରିବାର ଅନ୍ଦାଜ୍‌କୁ ଦେଖିବା ପାଇଁ ଲୋକେ ବରଫରେ ନିଜକୁ ଫସାଇବାକୁ ଚାହୁଁଛନ୍ତି ।

Leave A Reply

Your email address will not be published.