ରଙ୍ଗ ଭିନ୍ନ ଭିନ୍ନ, ଫେଣ ଧଳା କାହିଁକି?

0

ସାବୁନ୍‌, ଶାମ୍ପୁ, କ୍ରିମ୍‌ ଇତ୍ୟାଦିର ପ୍ରୟୋଗ କରିବା ସମୟରେ ଯଦି ଆମେ ଧ୍ୟାନ ଦେବା ତେବେ ଏହି ତଥ୍ୟ ପାଇବା ଯେ, ସାବୁନ୍‌, ଶାମ୍ପୁ ଓ କ୍ରିମ୍‌ ଯେକୋððଣସି ରଙ୍ଗର ହେଲେ ମଧ୍ୟ ତା’ର ଫେଣ ଧଳା ହୋଇଥାଏ । ସାବୁନ୍‌ ଫେଣ ହେଉଛି ବାୟୁର ଛୋଟ ଛୋଟ ଫୋଟକା ଏବଂ ଏହାର ଚାରିପଟେ ସାବୁନ୍‌ ଓ ଜଳର ପତଳା ସୂକ୍ଷ୍ମ ଝିଲ୍ଲୀ ରହିଥାଏ । ଯେତେବେଳେ ଫେଣ ଉପରେ ଆଲୋକ ପଡ଼ିଥାଏ, ସେତେବେଳେ ଆଲୋକ ରଶ୍ମି ଦ୍ୱାରା ଫେଣର ସୁକ୍ଷ୍ମ ଝିଲ୍ଲୀରେ ପ୍ରତିଫଳନ ଓ ପ୍ରତିସରଣ ଉଭୟ ସଂଗଠିତ ହୋଇଥାଏ । ଏହି ଫୋଟକାମାନଙ୍କ ଦ୍ୱାରା କେବଳ ୪ ପ୍ରତିଶତ ଆଲୋକ ରଶ୍ମି ପ୍ରତିଫଳିତ ହୋଇଥାଏ, କି;ୁ ଏହି ଫୋଟକାଗୁଡ଼ିକ ଅଧିକ ସଂଖ୍ୟାରେ ଥିବା କାରଣରୁ ଆଲୋକର କୋððଣସି ଭାଗ ମଧ୍ୟ ବଳକା ରହେ ନାହିଁ । ଯଦ୍ଦ୍ୱାରା ସଂପୂର୍ଣ୍ଣ ଭାବେ ପ୍ରତିଫଳନ ପ୍ରକ୍ରିୟା ହୋଇଥାଏ ଓ ଆଲୋକର ସମସ୍ତ ଅଂଶ ନିୟୋଜିତ ହୁଏ ।
ଅନ୍ୟ ଏକ କାରଣ ହେଉଛି ସାବୁନ୍‌ ଫେଣଗୁଡ଼ିକ ଆକାରରେ ଗୋଲାକାର । ଯାହା ଫଳରେ ଆଲୋକର ପ୍ରତିଫଳନ କୋððଣସି ଗୋଟିଏ ଦିଗରେ ନ ହୋଇ ସମସ୍ତ ଦିଗରେ ହୋଇଥାଏ । ଫେଣ ଉପରେ ପଡୁଥିବା ଆଲୋକ ଅଗଣିତ ସୂକ୍ଷ୍ମ ଝିଲ୍ଲୀ ସମସ୍ତ ଦିଗରେ ବିଛୁରିତ ହୋଇଯିବା ଯୋଗୁଁ କୋððଣସି ଏକ ପ୍ରକାରର ରଙ୍ଗ ନ ଦେଖାଯାଇ ସମସ୍ତ ରଙ୍ଗର ମିଶ୍ରଣ ଅର୍ଥାତ୍‌ ଧଳା ଦେଖାଯାଇଥାଏ । ଯଦି ଆମେ କୋððଣସି ଗୋଟିଏ ଫେଣକୁ ଯନି ସହକାରେ ଅଲଗା କରି ଦେଖିବା, ତେବେ ସେଥିରେ ଆମେ ରଙ୍ଗକୁ ଦେଖିପାରିବା ।
ଲୁଣ, ଚିନି ଇତ୍ୟାଦିରେ ମଧ୍ୟ ଅଗଣିତ କଣିକାର ଅସଂଖ୍ୟ ସ୍ତର ଆଲୋକକୁ ସମସ୍ତ ଦିଗରେ ପ୍ରତିଫଳିତ କରିଦିଏ ଏବଂ ଏହି ସବୁ ପଦାର୍ଥ ଧଳା ଦେଖାଯାଏ । ସାଧାରଣତଃ ସାବୁନ୍‌ରେ ବହୁତ କମ୍‌ ମାତ୍ରାରେ ରଙ୍ଗୀନ୍‌ ପଦାର୍ଥ ମିଶାଯାଇଥାଏ । ଏହାର କାରଣ ହେଲା ଆଲୋକ ରଶ୍ମି ସାବୁନ୍‌ ଓ ଶାମ୍ପୁ ଭିତରକୁ ଯାଇ ପ୍ରତିଫଳନ ହେବା । ଏହି ବିଶେଷ କାରଣ ଯୋଗୁଁ କେବଳ ଉପର ସ୍ତର ନୁହେଁ, ଭିତରର ରଙ୍ଗ ମଧ୍ୟ ଆଲୋକକୁ ଶୋଷଣ କରିପାରେ । ତେଣୁ ସାବୁନ୍‌ରେ ରଙ୍ଗ ପ୍ରଦାନ କଲାବେଳେ କମ୍‌ ମାତ୍ରାରେ ରଙ୍ଗୀନ୍‌ ପଦାର୍ଥ ଆବଶ୍ୟକ ହୋଇଥାଏ । ସାବୁନ୍‌ର ଫେଣର ସୂଷ୍ମଝିଲ୍ଲୀମାନଙ୍କରେ ହେଉଥିବା ପ୍ରଭାବଶାଳୀ ପ୍ରତିଫଳନ ଯୋଗୁଁ ରଙ୍ଗଯୁକ୍ତ ପଦାର୍ଥଦ୍ୱାରା ଅବଶୋଷିତ ଆଲୋକଦ୍ୱାରା ଫେଣର ରଙ୍ଗରେ କୋððଣସି ପ୍ରକାରର ପରିବର୍ତ୍ତନ ହୁଏ ନାହିଁ, ଏହା ଧଳା ହିଁ ଦେଖାଯାଏ । ଯଦି ସାବୁନ୍‌ ଫେଣକୁ ରଙ୍ଗୀନ୍‌ କରିବାର ଅଛି ତେବେ ବହୁଳମାତ୍ରାରେ ସାବୁନ୍‌ରେ ରଙ୍ଗ ଯୁକ୍ତ ପଦାର୍ଥ ବ୍ୟବହାର କଲେ ଗାଧୋଇବା ବେଳେ ଆମ ଶରୀର ମଧ୍ୟ ରଙ୍ଗୀନ୍‌ ହୋଇଯିବ ।

Leave A Reply

Your email address will not be published.