ରସୁଣ ଚମକିାର ଫଳ ଦିଏ । ଏହାର ଗୋଟିଏ ପାଖୁଡ଼ାକୁ ମୁହଁରେ ରଖି ଅଳ୍ପ ଟିକେ ଚୋବାଇ ରସକୁ ଢୋକୁଥାନ୍ତୁ । ଶେଷରେ ଯେଉଁ ଖଦା ରହିବ ତାକୁ ମଧ୍ୟ ଗିଳିଦେବେ । ଦଶ ମିନିଟ୍ ପରେ ଆଉ ଗୋଟିଏ ପାଖୁଡ଼ା ସେହିପରି ଚୋବାଇ ଗିଳି ଦେବେ। ଏହିପରି ୨ଘଣ୍ଟା ଏକ୍ରିୟା କରି ୧ଘଣ୍ଟା ବିଶ୍ରାମ ନିଅନ୍ତୁ । ସେହିପରି ପ୍ରତ୍ୟେକ ୧୦ମିନିଟ୍ରେ ଏ କ୍ରିୟା କରୁଥାନ୍ତୁ ଡିପ୍ଥେରିଆ ରୋଗ ଭଲ ହୋଇଯିବ। ଯଦି ଶିଶୁମାନଙ୍କର ଏହି ରୋଗ ହୁଏ ସେମାନଙ୍କର ତ ରସୁଣକୁ ଚୋବାଇବାର ଶକ୍ତି ନଥାଏ । ତେଣୁ ଶିଶୁମାନଙ୍କ ପାଇଁ କିଛି ରସୁଣକୁ ଚୋପା ଛଡାଇ ଭଲଭାବରେ ବାଟି ଦିଅନ୍ତୁ । ଏହାପରେ ଏକ ସଫା କପଡା ନେଇ ବଟା ରସୁଣରୁ ପାଣି ବାହାର କରିଦିଅନ୍ତୁ । ପ୍ରତ୍ୟେକ ୧୦ମିନିଟ୍ରେ ତୁଳାକୁ ରସୁଣ ରସରେ ଭିଜାଇ ପିଲାଙ୍କ ମୁଖର ଚାରିପଟେ ଏବଂ ଗଳାରେ ଲଗାଇ ଦିଅନ୍ତୁ । ଏପରି କରିବା ଦ୍ୱାରା ଡିପ୍ଥେରିଆ ସମ୍ପୂର୍ଣ୍ଣ ରୂପେ ଭଲ ହୋଇଯିବ ।