ରସୁଣ ରସର ଔଷଧୀୟ ଗୁଣ

0

ରସୁଣ ଦେହ ପାଇଁ ବହୁ ଉପକାରୀ ବୋଲି କୁହାଯାଏ । ରସୁଣ, ତେଲ ଲଗାଇବା ଦ୍ୱାରା କେବଳ ଥଣ୍ଡା ନୁହେଁ ରସୁଣ ରସ ଦ୍ୱାରା କାନ ସମସ୍ୟା ମଧ୍ୟ ଦୂର ହୋଇଥାଏ । କାନର ଯେକୌଣସି ସମସ୍ୟା ପାଇଁ ରସୁଣ ଖୁବ୍‌ ଲାଭଦାୟକ ହୋଇଥାଏ । ଜାଣ;ୁ ରସୁଣ ରସର ଉପକାରିତା:-
କାନରେ ଦରଜ:- କାନରେ ଦରଜ ହେଉଥିଲେ ୧୦-୧୫ଟି ରସୁଣକୁ ଭଲରେ ବାଟି ସେଥିରୁ ରସ ବାହାରିଲେ ୨-୪ ବୁନ୍ଦା କାନରେ ପକାଇବା ଦ୍ୱାରା ଦରଜ କମ୍‌ ହୋଇଯାଇଥାଏ । କାନରେ ଘା’ କିମ୍ବା ଖଣ୍ଡିଆ ହୋଇଥିଲେ ରସୁଣ ରସ ପକାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ପ୍ରଥମତଃ ରସ ପଡିବା ଦ୍ୱାରା କାନ ଭିତରେ ଗରମ ଅନୁଭୂତ ହୋଇଥାଏ । ପରେ ଆରାମଦାୟକ ହୋଇଥାଏ ।
କାନ ସଂକ୍ରମଣ:- କାନରେ ସଂକ୍ରମଣ ହେବା ସାଧାରଣ କଥା । କାନ ଅପରିଷ୍କାର ରହିବା ଦ୍ୱାରା ଏପରି ସମସ୍ୟା ହୋଇଥାଏ । ତେଣୁ କାନ ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ରସୁଣ ରସ ବହୁ ଉପକାରୀ ହୋଇଥାଏ । କାରଣ ରସୁଣରେ ଥିବା ଆଣ୍ଟି-ଭାଇରାଲ୍‌ ଓ ଆଣ୍ଟି ବ୍ୟାକେଫରିଆଲ୍‌ କ୍ଷମତା କାନର ସମସ୍ୟାକୁ କମ୍‌ କରି ସଂକ୍ରମଣରୁ ରକ୍ଷା କରିଥାଏ ।
କାନ ଫୁଲିବା:- କାନରେ ଥିବା କୌଣସି ସମସ୍ୟା ହେତୁ କାନ ଫୁଲୁଥିଲେ, ରସୁଣ ରସକୁ ଉପଯୋଗ କଲେ କାନର ଫୁଲା ଜନିତ ଅନ୍ୟାନ୍ୟ ସମସ୍ୟା କମିଯିବା ସହ କାନରେ ହେଉଥିବା ଜଳାପୋଡାରୁ ମଧ୍ୟ ଆଶ୍ୱସ୍ତି ମିଳିଥାଏ ।
କାନ କୁଣ୍ଡିଆ:- କାନ କୁଣ୍ଡିଆ ହେବା ସାଧାରଣ କଥା ସମୟେ ସମୟେ କାନ ଫୁଲାରୁ କାନ କୁଣ୍ଡିଆ ହୋଇଥାଏ ତେଣୁ କାନରେ ରସୁଣ ରସ ପକାଇବା ଦ୍ୱାରା କାନ କୁଣ୍ଡିଆରୁ ଆରାମ ମିଳିଥାଏ ।

Leave A Reply

Your email address will not be published.