ରାଜକୋଟ, ୫।୧୦: ରାଜକୋଟରେ ଚାଲିଥିବା ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତର ରାଜୁତି ଅବ୍ୟାହତ ରହିଛି। ପ୍ରଥମ ଦିବସରେ ପୃଥ୍ବୀ ଶ’ ପଦାର୍ପଣ ଟେଷ୍ଟରେ ଶତକ ହାସଲ କରିଥିବାବେଳେ ଦ୍ୱିତୀୟ ଦିବସରେ ଯୁବ ଉଇକେଟ କିପର ରିଷଭ ପନ୍ତ (୯୨) ଅଳ୍ପକେ ଶତକ ହାସଲରୁ ବଞ୍ଚତ୍ତ ହୋଇଛନ୍ତି। ତେବେ ଅଧିନାୟକ ବିରାଟ କୋହଲିଙ୍କ ୨୪ତମ ଏବଂ ରବୀନ୍ଦ୍ର ଜାଡେଜାଙ୍କ ବହୁ ପ୍ରତୀକ୍ଷିତ ପ୍ରଥମ ଶତକ ସହାୟତାରେ ଭାରତ ଏହାର ପ୍ରଥମ ଇନିଂସ୍କୁ ୬୪୯/୯ରେ ଘୋଷଣା କରିଛି। ଜବାବରେ ଦ୍ୱିତୀୟ ଦିବସ ଶେଷ ସୁଦ୍ଧା ଓ୍ବେଷ୍ଟଇଣ୍ଡିଜ ୯୪ ରନ୍ରେ ୬ଟି ଉଇକେଟ ହରାଇ ଫଲୋଅନ୍ ଦ୍ୱାରରେ ପହଞ୍ଚତ୍ ଯାଇଛି। ହାତରେ ମାତ୍ର ୪ ଉଇକେଟ ରହିଥିବାବେଳେ ଓ୍ବେଷ୍ଟଇଣ୍ଡିଜ ଭାରତର ପ୍ରଥମ ଇନିଂସ୍ଠାରୁ ଆହୁରି ୫୫୫ ରନ୍ ପଛରେ ରହିଛି। ଫଳରେ ଭାରତ ଏଠାରେ ବୃହତ ବିଜୟ ହାସଲ କରିବା ଏକପ୍ରକାର ନିଶ୍ଚିତ ହୋଇଛି।