ଭୁବନେଶ୍ୱର,୧/୮: ରାଜଧାନୀ ଭୁବନେଶ୍ୱରରେ ଲୁଟ ଆତଙ୍କ ଖେଳିଯାଇଛି ଯାହାକୁ ରୋକିବା ପାଇଁ ପୋଲିସ କମିଶନରେଟ ପକ୍ଷରୁ ନୂଆ ପଦକ୍ଷେପ ନିଆଯାଇଛି । ରାଜଧାନୀରେ ଲଗାତାର ଲୁଟ ହେଉଥିବା ଅଭିଯୋଗ ହେଉଛି । ତେଣୁ ଭୁବନେଶ୍ୱରରେ ଲୁଟେରାଙ୍କୁ ଧରିବା ପାଇଁ ପୋଲିସର ପାଟ୍ରୋଲିଂ ତରିକାରେ ପରିବର୍ତ୍ତନ ଅଣାଯାଇଛି । କେବଳ ସହର ନୁହେଁ ଉପକଣ୍ଠରେ ମଧ୍ୟ କଡ଼ାକଡ଼ି ଯାଞ୍ଚ କରାଯିବ । ଏଣିକି ଗାଡ଼ି ଯାଞ୍ଚ ବେଳେ ଫିଙ୍ଗର ପ୍ରିଣ୍ଟ ବ୍ୟବହାର କରାଯିବ । ଫିଙ୍ଗର ପ୍ରିଣ୍ଟ କିଟ ଦ୍ୱାରା ପୂର୍ବରୁ ହୋଇଥିବା ସମସ୍ତ ଅପରାଧିକ ତଥ୍ୟ ସମ୍ପର୍କରେ ଜଣାପଡ଼ିବ । ଭୁବନେଶ୍ୱରେ ହୋଇଥିବା ସିରିଜ ଲୁଟରେ ୩ଟି ଗ୍ୟାଙ୍ଗର ସମ୍ପୃକ୍ତି ଥିବା ପୋଲିସ କମିଶନର କହିଛନ୍ତି ।