ରାଜନୀତିକୁ ନେଇ ବେପାର କରୁଛନ୍ତି ନବୀନ, ରାଜ୍ୟରେ ଧର୍ଷଣର ଶୀକାର ହେଉଛନ୍ତି ମହିଳା : ଦାମୋଦର ରାଉତ

0

ଭୁବନେଶ୍ୱର, ୧୫/୩ : ବିଜେଡି ସହ ୪୫ ବର୍ଷର ରାଜନୈତିକ ସମ୍ପର୍କ କାଟି ବିଜେପିରେ ଯୋଗ ଦେଇଛନ୍ତି ବରିଷ୍ଠ ରାଜନେତା ଦାମ ରାଉତ । ବିଜେପିରେ ମିଶିବା ପରେ ଆଜି ଓଡିଶା ଫେରିଛନ୍ତି ଦାମ ରାଉତ । ବିମାନ ବନ୍ଦରରେ ପହଂଚିବା ପରେ ଦଳୀୟ କର୍ମୀଙ୍କ ଦ୍ୱାରା ତାଙ୍କୁ ବିପୁଳ ମାତ୍ରାରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଏହି ଅବସରରେ ଦଳ ପକ୍ଷରୁ ତାଙ୍କୁ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ । ଏହି ମଧ୍ୟରେ ଦାମ ଦଳୀୟ କାର୍ଯ୍ୟାଳୟ ନିକଟରେ ଉଦବୋଧନ ଦେଇଛନ୍ତି ।

ସମ୍ବୋନ୍ଧନ ସମୟରେ ଦାମ ନବୀନଙ୍କୁ ଟାର୍ଗେଟ କରି ବିଜେଡି ଉପରେ ବର୍ଷିଛନ୍ତି । ଦାମ କହିଛନ୍ତି କି, ବିଜୁ ବାବୁଙ୍କ ଦେହାନ୍ତ ପରେ ନବୀନଙ୍କୁ ବିଜେଡି ଦଳ ଗଢିବାରେ ଯେଉଁମାନେ ସହେଯାଗ କରିଥିଲେ ଆଜି ସେହି ପୁରୁଖା ନେତାଙ୍କୁ ଜଣେ ପରେ ଜଣେ କରି ନବୀନ ଅପମାନ ଦେଇ ବିଦା କରିଛନ୍ତି । ବିନା କାହାର ପରାମର୍ଶ ନେଇ ନବୀନ ଜନତା ଦଳକୁ ଭାଙ୍ଗି ବିଜୁ ଜନତା ଦଳ କରିଛନ୍ତି । ଆଜି ତାଙ୍କୁ ଘେରି ରହିଥିବା ନେତାମାନେ ସବୁ ସାଧାରଣ ନିର୍ବାଚନରେ ରହିବା ପାଇଁ ଅଯୋଗ୍ୟ । ନବୀନ ଯେଉଁମାନଙ୍କୁ ରାଜନୀତିକୁ ଆଣିଛନ୍ତି ସେମାନେ ରାଜନୀତିରେ ବ୍ୟାପାର କରିବାକୁ ଆସିଛନ୍ତି । ଏବେ ଯିଏ ବିଜୁ ଜନତା ଦଳକୁ ଆସୁଛି ସିଏ କୋଟିପତି ହୋଇ ଯାଉଛି ।

ଓଡିଆ ମହିଳାଙ୍କ ଶ୍ରେଷ୍ଠ ସମ୍ପଦ ହେଉଛି ଇଜ୍ଜତ । କିନ୍ତୁ ୪ ବର୍ଷରୁ ୧୪ ବର୍ଷ ଧରି ସେମାନେ ଧର୍ଷଣର ଶୀକାର ହେଉଛନ୍ତି । ବିଜୁ ବାବୁ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ସ୍ୱପ୍ନରେ ରହି ଯାଇଛି । ସେମାନଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଉଛି । ଓଡିଶାବାସୀଙ୍କୁ ବିଜେପି ଏକ ଦୁର୍ନିତୀ ମୁକ୍ତ ଓ ସୁସ୍ଥ ସରକାର ଦେଇ ପାରିବ ବୋଲି ମୋତେ ଅନୁମାନ ହେବାରୁ ମୁଁ ଏହି ଦଳର ଯୋଗ ଦେଇଛି । ଏକ ପରିବର୍ତନର ସୂର୍ଯ୍ୟ ଉଦୟ ହେଉଛି । ଏହି ପରିବର୍ତନରେ ପାପର ଧ୍ୱଂସ ହେବ । ତେଣୁ ଏହି ସୂର୍ଯ୍ୟକୁ ମଧ୍ୟାହ୍ନରେ ପହଂଚାନ୍ତୁ ବୋଲି ସେ ରାଜ୍ୟର ମହିଳାମାନଙ୍କୁ ନିବେଦନ କରିଛନ୍ତି । ଏହି ଯୋଗ ଦେବା ଅବସରରେ ବହୁ ସଂଖ୍ୟାରେ ଲୋକମାନେ ଯୋଗ ଦେଇଥିବା କାରଣରୁ ଦାମ ଧନ୍ୟବାଦ ଜ୍ଞାପନ କରିବା ସହ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରୁ ଆସିଥିବା ସମସ୍ତ ଜନତାଙ୍କୁ ସାଧୁବାଦ ଜଣାଇଛନ୍ତି । ଜଗତ ସିଂହ ପୁରରେ ବିଜୁ ଜନତା ଦଳର ପାଦ ଚିହ୍ନ ଲିଭେଇବା ପାଇଁ ସେ ସର୍ବସାଧାରଣରେ ନିବେଦନ କରିଛନ୍ତି ।

Leave A Reply

Your email address will not be published.