କଲମ୍ବୋ, ୧୪/୧୧ : ଶ୍ରୀଲଙ୍କା ସଂସଦରେ ବୁଧବାର ନବନିଯୁକ୍ତି ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ବିରୋଧରେ ସାଂସଦମାନେ ମତଦାନ କରିଛନ୍ତି । ଏଥିରେ ରାଷ୍ଟ୍ରପତି ମୈତ୍ରିପାଲ ସିରିସେନାଙ୍କୁ ଝଟକା ଲାଗିଛି । ବାଚସ୍ପତି କାରୁ ଜୟସୁରିଆ ଘୋଷଣା କରିଛନ୍ତି କି, ସଂସଦ ତରଫରୁ ପ୍ରଧାନମନ୍ତ୍ରୀ ରାଜପକ୍ଷେଙ୍କ ବିରୋଧରେ ଆଗତ ଅବିଶ୍ୱାସ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ସରକାରଙ୍କ ନିକଟରେ ବହୁମତ ନଥିବାର ସେ ସ୍ୱୀକାର କରିଛନ୍ତି । ବାଚସ୍ପତି କାରୁ ଜୟସୁରିଆଙ୍କ ତ‰ାବଧାନରେ ଏଥିପାଇଁ ଭୋଟ ଗ୍ରହଣ ହୋଇଥିଲା ଏବଂ ୨୨୫ ଜଣ ସାଂସଦ ରାଜପକ୍ଷେଙ୍କ ବିରୋଧରେ ଆଗତ ଅବିଶ୍ୱାସ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ । ମଙ୍ଗଳବାର ଶ୍ରୀଲଙ୍କାର ସୁପ୍ରିମ କୋର୍ଟ ସଂସଦ ଭଙ୍ଗ କରିବାର ରାଷ୍ଟ୍ରପତି ମୈତ୍ରିପାଲ ସିରିସେନାଙ୍କ ନିଷ୍ପତ୍ତିକୁ ଖାରିଜ କରିଥିଲେ । କେବଳ ସେତିକି ନୁହେଁ, ଶୀର୍ଷ ଅଦାଲତ ସିରିସେନାଙ୍କ ତରଫରୁ ନିର୍ବାଚନ ପ୍ରସ୍ତୁତି ଉପରେ ମଧ୍ୟ ରୋକ ଲଗାଇଥିଲେ । ସିରିସେନା ୨୬ ଅକେଫାବରରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମ ସିନ୍ଧେଙ୍କୁ ପ୍ରଧାନମନ୍ତ୍ରୀ ପଦବୀରୁ ହଟାଇ ତାଙ୍କ ସ୍ଥାନରେ ପୂର୍ବ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେଙ୍କୁ ନିଯୁକ୍ତି ଦେଇଥିଲେ । ତେବେ ଏହି ଘଟଣାକ୍ରମ ପରେ ସିରିସେନା ସଂସଦ ଭଙ୍ଗ କରି ନୂଆ ନିର୍ବାଚନର ନିଶ¬ତି ନେଇଥିଲେ ।