ଜୟପୁର,୨୯/୧୧: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର କଂଗ୍ରେସ ତା’ର ଘୋଷଣାପତ୍ର ଜାରି କରିଛି। ଏହି ଘୋଷଣା ପତ୍ର ଅନୁଯାୟୀ କଂଗ୍ରେସ ଦଳ ବିଜୟ ଲାଭ କଲେ ୧୦ ଦିନରେ କୃଷି ଋଣ ଛାଡ କରାଯିବା ସହ ଶିକ୍ଷିତ ବେରୋଜଗାରୀଙ୍କୁ ମାସକୁ ୩ହଜାର ୫ ଶହ ଟଙ୍କାର ଭତ୍ତା ପ୍ରଦାନ କରିବ। ସେହିପରି ବେକାରୀ ଶିକ୍ଷିତମାନଙ୍କୁ ଚାକିରି ଓ ମହିଳାଙ୍କୁ ଆଜୀବନ ମାଗଣାରେ ଶିକ୍ଷା ପ୍ରଦାନ କରିବ ବୋଲି ଘୋଷଣା ପତ୍ରରେ ଉଲ୍ଲେଖ କରାଯାଇଛି। ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ସଚ୍ଚିନ ପାଇଲଟ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଘୋଷଣାପତ୍ର ଜାରି କରିଛନ୍ତି। ଏହାସହ ବେକାରୀଙ୍କୁ ସହଜରେ ଋଣ ପ୍ରଦାନ ସହ ପରୀକ୍ଷା ଦେବାକୁ ଯିବା ସମୟରେ ଗସ୍ତର ସୁବିଧା ଯୋଗାଇ ଦେବାକୁ ଘୋଷଣା ପତ୍ରରେ ଦଳ ପକ୍ଷରୁ ଉଲ୍ଲେଖ କରାଯାଇଛି।