ରାଜସ୍ଥାନ ବିଧାନସଭା ନିର୍ବାଚନ: ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥିପତ୍ର ଘୋଷଣା

ଜୟପୁର,୧୩/୧୧: ବିଧାନସଭା ନିର୍ବାଚନକୁ ନେଇ ଏବେ ଦେଶର ବିଭିନ୍ନ ସ୍ଥାନରେ ରାଜନୀତି ଯୋର ଧରିଛି। ବିଭିନ୍ନ ଦଳ ପକ୍ଷରୁ ଜାରି କରାଯାଉଛି ପ୍ରାର୍ଥୀଙ୍କ ତାଲିକା। ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ବିଜେପି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥିପତ୍ର ଘୋଷଣା କରିଛି। ବିଜେପି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥିପତ୍ର ଘୋଷଣାରେ ସମସ୍ତଙ୍କୁ ଚମକାଇ ଦେଇଛି। କାରଣ ଏଥିରେ ସ୍ଥାନ ପାଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଅଧିକାଂଶ କେବେ ଟିକେଟ ପାଇବାକୁ ଚିନ୍ତା କରି ନ ଥିବା ବେଳେ ସେମାନଙ୍କୁ ମିଳିଛି ନିର୍ବାଚନ ଲଢିବାର ସୁଯୋଗ। ସେହିପରି ଯେଉଁମାନେ ଟିକେଟର ଦାବିଦାର ଥିଲେ ସେମାନଙ୍କୁ ଭୁଲିଯାଇଛି ଦଳ। ଏମିତିକି ପିତାଙ୍କ ନାଁରେ ପରିଚିତ ଥିବା ପୁତ୍ର, ଅନ୍ୟ ଦଳରୁ ଆସି ବିଜେପିରେ ଯୋଗ ଦେଇଥିବା କେତେଜଣ ନେତା ଏମିତିକି ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକ ତଥା ବିଜେପିର ବରିଷ୍ଠ ନେତାଙ୍କୁ ମିଳିଛି ଟିକେଟ୍‌। ସବୁବେଳେ ଏଠାରେ ପ୍ରାର୍ଥୀ ଟିକେଟ ପାଇଁ ଆଶା ଆଶଙ୍କାରେ ଥିବା ବେଳେ ଏଥର ମଧ୍ୟ ସେମିତି ଦୃଶ୍ୟପଟ ଦେଖିବାକୁ ମିଳିଛି।