ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପିକୁ ଝଟକା, କଂଗ୍ରେସକୁ ବହୁମତ : ଏଗଜିଟ୍ ପୋଲ

0

ଜୟପୁର, ୭/୧୨: ରାଜସ୍ଥାନରେ ବିଜେପିକୁ ଜୋରଦାର ଝଟକା ଲାଗିବାକୁ ଯାଉଛି। ଏଠାରେ କଂଗ୍ରେସକୁ ବହୁମତ ମିଳୁଥିବା ବିଭିନ୍ନ ଏଗଜିଟ୍ ପୋଲରୁ ଜଣା ପଡୁଛି। ରାଜସ୍ଥାନରେ ସମସ୍ତ ୨୦୦ ସିଟରେ ମତଦାନ ପ୍ରକ୍ରିୟା ପୂରା ହୋଇଥିଲା। ଏଥର ୭୦ରୁ ଅଧିକ ପ୍ରତିଶତ ଲୋକ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ରାଜସ୍ଥାନରେ ନିର୍ବାଚନ ମତଦାନ ପରେ ଆସିଥିବା ଟାଇମ୍ସ ନାଓ ଏଗଜିଟ୍ ପୋଲରେ ଏଥର କଂଗ୍ରେସ ସରକାର ଗଠନ କରୁଥିବା ଦେଖାଯାଇଛି। ଏହା ବ୍ୟତୀତ ଅନ୍ୟ ସର୍ଭେରେ ମଧ୍ୟ ରାଜସ୍ଥାନରେ କଂଗ୍ରସକୁ ବହୁମତ ମିଳୁଥିବା ଦର୍ଶାଯାଇଛି।

Leave A Reply

Your email address will not be published.