ରାଜ୍ୟପାଳଙ୍କୁ ମାନିଲେନି ବାଚସ୍ପତି, ଆଜି ହେବନି ଆସ୍ଥା ଭୋଟ, ଗୃହ ଆସନ୍ତାକାଲି ଯାଏଁ ମୁଲତବୀ

0

ବାଙ୍ଗାଲୋର,୧୮/୭: କର୍ଣ୍ଣାଟକ ପଲିଟିକାଲ ଡ୍ରାମା ଏବେ ନୂଆ ମୋଡ ନେଇଛି । ବିଧାନସଭାକୁ ଆସନ୍ତା କାଲି ସକାଳ ୧୧ଟା ଯାଏଁ ମୁଲତବୀ ରଖାଯାଇଛି । କୁମାରସ୍ୱାମୀଙ୍କ ସରକାର ଆଜି ଆସ୍ଥା ଭୋଟର ସାମ୍ନା କରିଥାନ୍ତା । ଏନେଇ ରାଜ୍ୟପାଳ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବାଚସ୍ପତି ନିର୍ଦ୍ଦେଶକୁ ବେଖାତିର କରି ଆସନ୍ତା କାଲି ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି।

ବାଚସ୍ପତିଙ୍କ ନିଷ୍ପତି ପରେ ବିଜେପି ବିଧାୟକମାନେ ଗୃହରେ ହଙ୍ଗାମା କରିଛନ୍ତି । ରାଜ୍ୟପାଳଙ୍କ ନିୟମ ନ ମାନିଥିବାରୁ ବାଚସ୍ପତିଙ୍କ ବିରୋଧରେ ବିଜେପି ସଦସ୍ୟ ନାରାବାଜି କରିବା ସହ ନିଷ୍ପତିକୁ ବିରୋଧ କରିଛନ୍ତି । ଏହାସହ ଆଜି ରାତି ସାରା ବିଜେପି ସଦସ୍ୟ ଗୃହରେ ବସି ରହିବେ ବୋଲି ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା କହିଛନ୍ତି ।

ଏହା ପୂର୍ବରୁ କର୍ଣ୍ଣାଟକର ରାଜ୍ୟପାଳ ବାଜୁଭାଇ ଭାଲା ବାଚସ୍ପତି ରମେଶ କୁମାରଙ୍କୁ ଆଜି ଦିନ ଶେଷ ସୁଦ୍ଧା ସରକାରକୁ ନେଇ ଆସ୍ଥା ଭୋଟ୍ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। କର୍ଣ୍ଣାଟକର ରାଜ୍ୟପାଳ ବିଧାନସଭା ବାଚସ୍ପତିକୁ ଚିଠି ଲେଖି କହିଥିଲେ ଯେ, ଆସ୍ଥା ଭୋଟ୍ ଏହି ସମୟରେ ଗୃହରେ ବିଚାରଧୀନ ରହିଛି। ତେଣୁ ମୁଖ୍ୟମନ୍ତ୍ରୀ ଗୃହରେ ଆସ୍ଥା ଭୋଟ୍ କରାନ୍ତୁ। ଗୁରୁବାର ଦିନ ଶେଷ ସୁଦ୍ଧା ସରକାର ଆସ୍ଥା ପ୍ରମାଣ ଦିଅନ୍ତୁ। ମାତ୍ର କଂଗ୍ରେସ ରାଜ୍ୟପାଳଙ୍କ ହସ୍ତକ୍ଷେପ ଉପରେ ଆପତ୍ତି ପ୍ରକାଶ କରିଥିଲେ। କଂଗ୍ରେସ ବିଧାୟକ ଏଚକେ ପାଟିଲ କହିଛନ୍ତି ଯେ, ରାଜ୍ୟପାଳଙ୍କୁ ସମ୍ବିଧାନ ମୁତାବକ ଗୃହର କାମରେ ଦଖଲ ଦେବା ଉଚିତ୍ ନୁହେଁ। ମୁଁ ତାଙ୍କୁ ବିନତୀ କରୁଛି ଯେ, ସେ ଗୃହ କାର‌୍ୟ୍ୟରେ ଦଖଲ ଦିଅନ୍ତୁ ନାହିଁ।

Leave A Reply

Your email address will not be published.