ରଘୁନାଥପୁର,୮/୧୨: ଜଗତ୍ସିଂହପୁର ଜିଲା ରଘୁନାଥପୁର ବ୍ଲକ ଜଇପୁରସ୍ଥିତ ବୟନ ଗ୍ରାମ ଶନିବାର ରାଜ୍ୟପାଳ ଗଣେଶୀ ଲାଲ ପରିଦର୍ଶନ କରିଛନ୍ତି। ରାଜ୍ୟପାଳ ପହଞ୍ଚିବା ପରେ ଜିଲାପାଳ ଯାମିନୀ ଷଡ଼ଙ୍ଗୀ ତାଙ୍କୁ ସ୍ବାଗତ କରିଛନ୍ତି। ଏହାପରେ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଗ୍ରାମର ବୁଣାକାର ପରିବାରଙ୍କ ସହିତ ଆଲୋଚନା କରିବା ସହ ଉତ୍ପାଦନ ସାମଗ୍ରୀ ପାଇଁ ସେମାନଙ୍କୁ ପ୍ରଶଂସା କରିଛନ୍ତି। ଏଥିରେ ଡେପୁଟି ଡାଇରେକ୍ଟର ଟେକ୍ସଟାଇଲ ଗଦାଧର ଦାସ, ଓରମାସ ଆସିଷ୍ଟାଣ୍ଟ ଡାଇରେକ୍ଟର ସତ୍ୟ ସୁନ୍ଦର ଶିବରାମ ପାଇଟାଳ, ଏସ୍ପି ପ୍ରକାଶ ଆର୍ ପ୍ରମୁଖ ଉପସ୍ଥିତ ଥିଲେ।