ରାଜ୍ୟରେ ଆଇଏଏସ୍‌ ସ୍ତରରେ ଅଦଳବଦଳ : ସମର୍ଥ ବର୍ମାଙ୍କୁ ବିଏମ୍‌ସି କମିସନର ଦାୟିତ୍ୱ

0

ଭୁବନେଶ୍ୱର,୯/୨: ଶନିବାର ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ବ୍ୟାପକ ଅଦଳବଦଳ କରିଛନ୍ତି । ନିର୍ବାଚନ ପୂର୍ବରୁ ଗୋଟିଏ ଜିଲ୍ଲାରେ ୩ ବର୍ଷରୁ ଅଧିକ ରହିଥିବା ଅଧିକାରୀଙ୍କୁ ବଦଳି କରାଯିବା ନେଇ ନିର୍ବାଚନ କମିସନଙ୍କ ଗାଇଡଲାଇନ୍ ଆଧାରରେ ଏହି ବଦଳି କରାଯାଇଛି।

ଆଇଏଏସ୍‌ ସମର୍ଥ ବର୍ମାଙ୍କୁ ବିଏମ୍‌ସି କମିସନର ଦାୟିତ୍ୱ ଦିଆଯାଇଥିବା ବେଳେ ଅନୀଲ ସାମଲଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି କରାଯାଇଛି। ସେହିପରି ଯାମିନୀ ଷଡଙ୍ଗୀଙ୍କୁ ଜିଲ୍ଲାପାଳରୁ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ କରାଯାଇଛି। ଗୁହା ପୁନମ୍‌ ତାପସ କୁମାରଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଦାୟିତ୍ୱ ଦିଆଯାଇଛି।

ଏମାନଙ୍କ ବ୍ୟତୀତ ବିଭୂତି ପଟ୍ଟନାୟକଙ୍କୁ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଶୁଭମ୍‌ ସାକ୍ସେନାଙ୍କୁ ସମ୍ବଲପୁର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଝାରସୁଗୁଡା ଜିଲ୍ଲାପାଳ ଭାବେ ବିଭୂତି ଭୂଷଣ ଦାସ, ରାୟଗଡ଼ା ଜିଲ୍ଲାପାଳ ଭାବେ ପ୍ରମୋଦ କୁମାର ବେହେରା ଓ ଅନୁଗୁଳ ଜିଲ୍ଲାପାଳ ଭାବେ ମନୋଜ କୁମାର ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି।

Leave A Reply

Your email address will not be published.