ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ନୂତନ ସ୍ୱାସ୍ଥ୍ୟ ନୀତି : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

0

ଭୁବନେଶ୍ୱର,୧/୬: ରାଜ୍ୟରେ ମନ୍ତ୍ରୀମଣ୍ଡଳ ଗଠନ ହେବା ପରେ ଏବେ ସବୁ ମନ୍ତ୍ରୀ ମାନେ ନିଜ ନିଜ ବିଭାଗକୁ ନେଇ ଆକ୍ସନ ପ୍ଲାନ କରିବା ଆରମ୍ଭ କରି ଦେଲେଣି । ଏହି ସମୟରେ ରାଜ୍ୟରେ ଖୁବ୍ ଶୀଘ୍ର ସ୍ୱାସ୍ଥ୍ୟ ନୀତି ଲାଗୁ ହେବା ଖବର ମିଳୁଛି । ଏସସିବି ମେଡିକାଲ ପରିଦର୍ଶନ କରିବା ସମୟରେ ନୂତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ସୂଚନା ଦେଇଛନ୍ତି ।

ନବ ଦାସ କହିଛନ୍ତି କି, ଖୁବ୍ ଶୀଘ୍ର ହେଲଥ୍ ପଲିସି ଲାଗୁ କରାଯିବା ନେଇ ଯୋଜନା ଚାଲିଛି । ଏହି ଯୋଜନାରେ ସ୍ୱାସ୍ଥ୍ୟ ବିଭାଗର ଉନ୍ନତି ପାଇଁ ରୂପରେଖ ଗ୍ରହଣ କରାଯାଉଛି । ମିଶନ ୨୦୨୫ ନାମରେ ଏହି ସ୍ୱାସ୍ଥ୍ୟ ପଲିସି କାର୍ଯ୍ୟକାରୀ ହେବ । ୨ ବର୍ଷ ଭିତରେ ରାଜ୍ୟରେ ଡାକ୍ତରଙ୍କ ସଂଖ୍ୟାରେ ବୃଦ୍ଧି ହେବ । ଏମିତିକି ରାଜ୍ୟରେ ଦେଖାଯାଉଥିବା ଡାକ୍ତର ଅଭାବ ସମସ୍ୟା ସମାଧାନ ହୋଇ ଏଣିକି ବଳକା ଡାକ୍ତର ଦେଖାଯିବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଜି ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.