ରାଜ୍ୟରେ ‘ପିଏମ କିଷାନ’ ଯୋଜନା ଲାଗୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

0

ଭୁବନେଶ୍ୱର,୧୧/୨: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ କିଷାନ ଯୋଜନା ନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏହି ପତ୍ରରେ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ପରାମର୍ଶ ମଧ୍ୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ସ୍ବାଗତ କରିଛନ୍ତି ନବୀନ । ତେବେ ରାଜ୍ୟରେ ଡିସେମ୍ବରରୁ କାଳିଆ ଯୋଜନା ଆରମ୍ଭ ହୋଇଥିବା ସେ ଚିଠିର ଉଲ୍ଲେଖ କରିଛନ୍ତି । କାଳିଆ ଯୋଜନାରେ ୯୨% ଚାଷୀ ଉପକୃତ ହେଉଥିବା ଜଣାଇଲେ ଚିଠିରେ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

କାଳିଆ ଯୋଜନାରେ ସହ ଭୂମିହୀନ ଓ ଭାଗଚାଷୀଙ୍କୁ ସହାୟତା ଦିଆଯାଉଛି କିନ୍ତୁ ଭୂମିହୀନ ଓ ଭାଗଚାଷୀଙ୍କୁ କିଷାନ ଯୋଜନାରେ ସାମିଲ କରାଯାଇନାହିଁ । ଯୋଜନାକୁ ଅଧିକ ସଂପ୍ରସାରଣ କରିବା ପାଇଁ ଏହି ମାନଙ୍କୁ ସହାୟତା ପ୍ରଦାନ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଦୁର୍ବଳ ଓ କ୍ଷତିପ୍ରବଣ ଚାଷୀଙ୍କୁ ମଧ୍ୟ ଯୋଜନାରେ ସାମିଲ କରିବାକୁ ସେ କହିଛନ୍ତି ।

Leave A Reply

Your email address will not be published.