ଭୁବନେଶ୍ୱର,୧୪/୫ : ଲକ୍ ଡାଉନ୍ ସତ୍ତ୍ଵେ ଓଡ଼ିଶାରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସଂକ୍ରମଣ ବଢୁଥିବାରୁ ଯୋଗୁଁ ଚିନ୍ତା ବଢୁଛି । ଓଡ଼ିଶାରେ ଆଜି ସକାଳୁ ୭୩ଟି ନୂଆ କରୋନା ପଜିଟିଭ ଚିହ୍ନଟ ସହ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୧୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଶ୍ରେଷ୍ଠରେ ରହିଛି ଗଞ୍ଜାମ ଜିଲ୍ଲା।
ଓଡ଼ିଶାର ୨୧ଟି ଜିଲ୍ଲାକୁ ବ୍ୟାପିଛି କରୋନା ଭାଇରସ। ଆଜି ୪୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ପରେ ଗଞ୍ଜାମରେ ସର୍ବାଧିକ ୨୫୨ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ତେବେ ଦ୍ରୁତ ଗତିରେ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କରୋନା ପଜିଟିଭ ଥିବା ଜିଲ୍ଲା ମଧ୍ୟରେ ପ୍ରଥମରେ ନୂଆ କରୋନା ହଟସ୍ପୋଟ୍ ରହିଛି ଗଞ୍ଜାମ ଜିଲ୍ଲା । ପୂର୍ବରୁ ସର୍ବାଧିକ ଆକ୍ରାନ୍ତଙ୍କ ଯାଜପୁର ଜିଲ୍ଲାରେ ଚିହ୍ନଟ ହୋଇଥିବା ବେଳେ ଏବେ ଗଞ୍ଜାମ ଶ୍ରେଷ୍ଠ ସ୍ଥାନରେ ରହିଛି । ଯାଜପୁରକୁ ଟପି ଏହା ତଳକୁ ରହିଛି ବାଲେଶ୍ଵର ଜିଲ୍ଲା । ଗଞ୍ଜାମ ଜିଲ୍ଲାରେ ୨୫୨, ତା ତଳକୁ ଦ୍ଵିତୀୟରେ ରହିଛି ବାଲେଶ୍ଵର। ବାଲେଶ୍ବରରେ ୯୦ ଆକ୍ରାନ୍ତ ଚିହ୍ନଟ ଥିବା ବେଳେ ଆଜି ଯାଜପୁରରେ ନୂଆ ୧୭ ଆକ୍ରାନ୍ତ ସହ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଖ୍ୟା ୮୮ରେ ପହଞ୍ଚିଲା। ଆଜି ଖୋର୍ଦ୍ଧାରେ ପୁଣି ନୂଆ ୩ ଆକ୍ରାନ୍ତଙ୍କ ଚିହ୍ନଟ । ୫୩ ଜଣ ଆକ୍ରାନ୍ତ ଚିହ୍ନଟ ସହ ଚତୁର୍ଥ ରେ ରହିଛି ଖୋର୍ଦ୍ଧା ଜିଲ୍ଲା ।
ଭଦ୍ରକରେ ଆଜି ନୂଆ ୯ ଆକ୍ରାନ୍ତଙ୍କ ସହ ଜିଲ୍ଲାରେ ୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ୨ ନୂଆ ଆକ୍ରାନ୍ତଙ୍କ ସହ ସୁନ୍ଦରଗଡରେ ୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଅନୁଗୁଳ ଜିଲ୍ଲାରେ ୧୫ ଆକ୍ରାନ୍ତ ଚିହ୍ନଟ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ୯, ଜଗତସିଂହପୁର ଜିଲ୍ଲାରେ ୫ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ସେହିପରି ମୟରଭଞ୍ଜ ଜିଲ୍ଲାରେ ୯ ଆକ୍ରାନ୍ତ ଚିହ୍ନଟ । ସେହିପରି ବୌଦ୍ଧ ଜିଲ୍ଲାରେ ୫ , ପୁରୀ ଜିଲ୍ଲାର ୪ ଆକ୍ରାନ୍ତ ।କଟକରେ ୩, ତେବେ କେଉଁଝର ବଲାଙ୍ଗୀର,ଝାରସୁଗୁଡ଼ା ,କଳାହାଣ୍ଡି ଜିଲ୍ଲାରେ ୨ ଜଣ ଲେଖାଁଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଢେଙ୍କାନାଳ, ଦେବଗଡ଼, ନୟାଗଡ, କୋରାପୁଟ ଜିଲ୍ଲାରେ ଜଣେ ଲେଖାଁଏ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏଯାଏଁ ମୋଟ ୬୧୧ ଜଣ କରୋନା ପଜିଟିଭ ଚିହ୍ନଟ କରାଯାଇଛି । ମୋଟ ୬୧୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୬୫ ଜଣ ସକ୍ରିୟ ଥିବାବେଳେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୩ ଜଣ ସୁସ୍ଥ ହୋଇଛନ୍ତି । ୩ଜଣ ପ୍ରାଣ ହରାଇଥିବା ବେଳେ ୪୬୫ ଜଣ ସକ୍ରିୟ ରହି ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।