ରାଜ୍ୟର ଟ୍ରାଫିକ ଜୋରିମାନାରେ କୋହଳ କରାଯିବ: ପରିବହନ ମନ୍ତ୍ରୀ

ଭୁବନେଶ୍ଵର,୮ /୯: ନୂତନ ମୋଟର ଯାନ ଆକ୍ଟ ଲାଗୁ ହେବା ପରଠୁ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ୁଛି। ଆଦାୟ ହେଉଥିବା ଜୋରିମାନା ନେଇ ଲୋକଙ୍କ ମଧ୍ୟର ଛନକା ପଶିବା ସହିତ ଅସନ୍ତେଷ ମଧ୍ୟ ଜେତିବାରେ ଲାଗିଛି। ଲୋକେ ଗାଡ଼ି ସହ ପଦାକୁ ବାହାରିବା ପୂର୍ବରୁ ଅନେକ ଥର ଚିନ୍ତା କରୁଛନ୍ତି। ଏହି ଜୋରିମାନା ଆଦାୟ ନେଇ ଗତକାଲି ରାଜଧାନୀର ରାଜମହଲ ଛକରେ ପୋଲିସ-ଜନତା ମୁହାଁମୁହଁ ହୋଇଥିଲେ। ଫଳରେ ପୋଲିସ କମିଶନରେଟଙ୍କୁ ଜୋରିମାନା ଆଦାୟରେ କୋହଳ କରିବାକୁ ପଡିଛି। ଏହି କ୍ରମରେ ଆଜି ଟ୍ରାଫିଜ ଜୋରିମାନା ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ଦେଇଛନ୍ତି।

ସେ କହିଛନ୍ତି ଯେ ଅତ୍ୟଧିକ ଫାଇନକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ରହିଛି। ଲୋକଙ୍କୁ ହଜାର ହଜାର ଟଙ୍କା ଜୋରିମାନା ଦେବାକୁ ପଡୁଛି। ମାତ୍ର ଏହି ନିୟମକୁ ନେଇ ରାଜ୍ୟ ସରକାରଙ୍କ ପାଖରେ ଇଚ୍ଛାଧୀନ କ୍ଷମତା ରହିଛି। ଏହାକୁ ଲାଗୁ କରି ଜୋରିମାନାରେ କିଛିଟା କୋହଳ ପାଇଁ ଉଦ୍ୟମ କରିବୁ ବୋଲି ମନ୍ତ୍ରୀ କହିଛନ୍ତି।