ରାଜ୍ୟର ୧୬ଟି ଖଣି ନିଲାମ ହେବ

0

ଭୁବନେଶ୍ୱର, ୪/୧୨ : ରାଜ୍ୟର ୧୬ଟି ଖଣି ନିଲାମ ହେବ। ନିଲାମ ଖଣି ମଧ୍ୟରେ ୧୦ଟି ଲୁହା ଖଣି ଓ ୬ଟି ଅନ୍ୟ ଖଣି ରହିଛି। ନିଲାମ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମାର୍ଚ୍ଚ ପୂର୍ବରୁ ଏହି ନିଲାମ ପ୍ରକ୍ରିୟା ଶେଷ ହେବ। କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ନେବା ପରେ ଖଣିଗୁଡିକୁ ନିଲାମ କରାଯିବ ବୋଲି ମଙ୍ଗଳବାର ରାଜ୍ୟ ଖଣି ମନ୍ତ୍ରୀ ପ୍ରଫଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି।

ସେ ଆହରି ମଧ୍ୟ କହିଛନ୍ତି ଯେ ମୋଟ ୩୧ଟି ଖଣି ଜରିମାନା ପୈଠ କରିବାରେ ଖିଲାପ କରିଥିବାବେଳେ ୨୫ଟି ଖଣି ମାଲିକ କୋର୍ଟରୁ ରହିତାଦେଶ ଅନୁମତି ଆଣିଛନ୍ତି। ଅନ୍ୟ ୬ଟି ଖଣି ମାଲିକ ରହିତାଦେଶ ଆଣି ନାହାନ୍ତି। ତେଣୁ ସେ ସମସ୍ତ ଖଣିର ଲିଜ୍ ବାତିଲ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ।

Leave A Reply

Your email address will not be published.