ରାଜ୍ୟସଭା ଉପନିର୍ବାଚନ: ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଅଶ୍ୱିନୀ, ଅମର ଏବଂ ସସ୍ମିତ

ଭୁବନେଶ୍ୱର,୨୮/୬: ରାଜ୍ୟସଭା ଉପନିର୍ବାଚନରେ ସମସ୍ତ ବିଜେପି ଏବଂ ବିଜେଡି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଏବଂ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ।

ଗତ ୨୪ ତାରିଖରେ ବିଜେଡି ରାଜ୍ୟସଭା ପ୍ରାର୍ଥୀ ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର ନିଜର ନାମାଙ୍କନ ଭରିଥିଲେ । ସେହିଦିନ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପ୍ରାର୍ଥୀପତ୍ର ଯାଂଚରେ ଏହି ତିନିଜଣଙ୍କ ନାମାଙ୍କନ ପତ୍ର ବୈଧ ରହିଥିଲା ।

ଏହି ତିନିଜଣଙ୍କ ବ୍ୟତୀତ ଆଉ କେହି ରାଜ୍ୟସଭା ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିନଥିଲେ । ଅମର ଏବଂ ସସ୍ମିତ ବିଜେଡି ପ୍ରାର୍ଥୀ ରହିଥିଲେ । ବିଜେଡି ପାଖରେ ଏମାନଙ୍କୁ ଜିତାଇବା ପାଇଁ ଆବଶ୍ୟକୀୟ ସଂଖ୍ୟା ମଧ୍ୟ ରହିଥିଲା । ସେହିପରି ବିଜେପି ପ୍ରାର୍ଥୀ ଅଶ୍ୱିନୀଙ୍କୁ ବିଜେଡି ସମର୍ଥନ କରିଥିଲା । ଏଥିପାଇଁ ଆଉ ନିର୍ବାଚନର ଆବଶ୍ୟକତା ନଥିଲା । ଫଳରେ ଅମର, ସସ୍ମିତ ଏବଂ ଅଶ୍ୱିନୀ ଆଜି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।