ରାଜ୍ୟ ଉନ୍ନୟନ କମିଶନର ହେଲେ ବରିଷ୍ଠ ଆଇଏଏସ ଅସିତ ତ୍ରିପାଠୀ

0

ଭୁବନେଶ୍ୱର,୩୦/୧୧: ରାଜ୍ୟ ଉନ୍ନୟନ କମିସନର ଆର.ବାଲ୍‌କ୍ରିଷ୍ଣନ ଶୁକ୍ରବାର ଅବସର ନେବା ପରେ ୧୯୮୬ ବ୍ୟାଚ୍‌ର ଭାରତୀୟ ପ୍ରଶାସନିକ ଅଧିକାରୀ ଅସିତ୍‌ ତ୍ରିପାଠୀ ନୂତନ ଦାୟିତ୍ୱ ନେଇଛନ୍ତି। ଏହା ସହ ଅସିତ ତ୍ରିପାଠୀ ଗୃହ ବିଭାଗର ଦାୟିତ୍ୱ ମଧ୍ୟ ତୁଲାଇବେ।

ଭାରତୀୟ ପ୍ରଶାସନିକ ଅଧିକାରୀ ଭାବରେ ତାଙ୍କର ୩୦ ବର୍ଷ ଅଭିଜ୍ଞତା ରହିଛି। ସେ ୨୦୧୫ ଏପ୍ରିଲ ୨୨ରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବରେ ସେବା ପ୍ରଦାନ କରି ଆସୁଛନ୍ତି। ‘ଆପେଡା’ର ଚେୟାରମ୍ୟାନ ଭାବରେ ସେ କୃଷି କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିଛନ୍ତି। ସେହିପରି ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ଶ୍ରୀ ତ୍ରିପାଠୀ ବହୁତ ସ୍ମରଣୀୟ କାମ କରିଛନ୍ତି।

Leave A Reply

Your email address will not be published.