ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି : ‘ଖୁସି’ ଯୋଜନାରେ ଖର୍ଚ୍ଚ ହେବ ୪୬୬ କୋଟି ଟଙ୍କା, ଉପକୃତ ହେବେ ୧୭ ଲକ୍ଷ ଛାତ୍ରୀ

0

ଭୁବନେଶ୍ୱର,୨୨/୨: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ‘ଖୁସି’ ଯୋଜନାକୁ ମଂଜୁରୀ ମିଳିଛି। ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପଢୁଥିବା ଛାତ୍ରୀମାନଙ୍କ ପାଇଁ ସରକାର ଖୁସି ଆଣିଛନ୍ତି। ଏହି ଯୋଜନା ଅନୁସାରେ ଛାତ୍ରୀମାନେ ସେମାନଙ୍କର ସ୍କୁଲରୁ ମାଗଣାରେ ସାନିଟାରି ନାପକିନ୍‌ ପାଇପାରିବେ। ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଖୁସି ଯୋଜନାରେ ୫ ବର୍ଷରେ ୪୬୬.୦୮ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରୁ ରାଜ୍ୟର ମୋଟ ୧୭ ଲକ୍ଷ ୨୫ ହଜାର ଛାତ୍ରୀ ଉପକୃତ ହେବେ। ସରକାରୀ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ଛାତ୍ରୀଙ୍କୁ ମଧ୍ୟ ନାପକିନ୍‌ ମିଳିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନୁଷ୍ଠିତ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ସ୍ୱାସ୍ଥ୍ୟ ବିଭାଗରେ ୬ ବର୍ଷ କାର୍ଯ୍ୟ କରିଥିବା ଠିକା କର୍ମଚାରୀ ନିୟମିତ ହେବେ। ଷ୍ଟାଫନର୍ସ, ଲାବ୍‌ ଟେକ୍ନିସିଆନ, ଫାର୍ମାସିଷ୍ଟ, ସ୍ୱାସ୍ଥ୍ୟକର୍ମୀ ନିୟମିତ ହେବେ। କ୍ୟାବିନେଟ ମଂଜୁରୀ ପରେ ୧୪୦୯ ଷ୍ଟାଫନର୍ସ ନିୟମିତ ହେବେ।

Leave A Reply

Your email address will not be published.