ନୂଆଦିଲ୍ଲୀ,୧୨/୧୧: ରାଫେଲ ବିମାନ ଚୁକ୍ତି ସମ୍ବନ୍ଧରେ ଅଦାଲତର ନିର୍ଦ୍ଦେଶ ଅନୁଯାୟୀ କେନ୍ଦ୍ର ସରକାର ସମସ୍ତ କାଗଜପତ୍ର ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି । ୨୦୧୩ରେ ନିର୍ଦ୍ଧାରିତ ହୋଇଥିବା ପ୍ରକ୍ରିୟାର ପାଳନ ଅନୁସାରେ ଏହି ଚୁକ୍ତି ହୋଇଛି ବୋଲି ଦସ୍ତାବିଜରେ କୁହାଯାଇଛି । ଚୁକ୍ତି ପାଇଁ ରାକ୍ଷା କ୍ରୟ ପରିଷଦର ମଞ୍ଜୁରୀ ନିଆ ଯାଇଥିଲା ଏବଂ ଭାରତୀୟ ଦଳ ଫ୍ରାନସିସ୍ ପକ୍ଷ ସହ ୧ବର୍ଷ ଧରି ବାର୍ତାଳାପ ମଧ୍ୟ କରିଥିଲା । ଏଥିପାଇଁ ୭୪ଟି ବୈଠକ ମଧ୍ୟ ହୋଇ ସାରିଛି । ଚୁକ୍ତି ହସ୍ତାକ୍ଷର କରିବା ପୂର୍ବରୁ ମନ୍ତ୍ରୀମଣ୍ଡଳ ସୁରକ୍ଷା ମାମଲାର ସମିତି ଠାରୁ ମଧ୍ୟ ମଞ୍ଜୁରୀ ନିଆଯାଇଥିଲା ବୋଲି ଦସ୍ତାବିଜରେ କୁହା ଯାଇଛି ।