ରାମ ମନ୍ଦିର ନ ହେଲେ ବିଜେପି ଭରସା ହରାଇବ

0

ନୂଆଦିଲ୍ଲୀ, ୩/୧୨ : ଲୋକସଭା ର୍ନିବାଚନ ଯୋତେ ପାଖେଇ ଆସୁଛି, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ଚର୍ଚ୍ଚା ସେତେ ବଢିବାରେ ଲାଗିଛି । ଏହାକୁ ନେଇ ଅନେକ ବ୍ୟକ୍ତି ଅନେକ ପ୍ରକାର ମନ୍ତବ୍ୟ ଦେଉଛନ୍ତି । ତେବେ ଇତି ମଧ୍ୟରେ ଏହାକୁ ନେଇ ଯୋଗଗୁରୁ ବାବା ରାମଦେବ ଏକ ବଡ ବୟାନ ଦେଇଛନ୍ତି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାକୁ ଅଧ୍ୟାଦେଶ ଆଣିବାକୁ କହିଛନ୍ତି ଯୋଗଗୁରୁ । ସେ କହିଛନ୍ତି କି, ଯଦି ଅଯୋଧ୍ୟାରେ ରାମ ମନ୍ଦିର ର୍ନିମାଣ କରାନଯିବ, ତାହେଲେ ବିଜେପି ଉପରୁ ଲୋକଙ୍କର ବିଶ୍ୱାସ ଉଠିଯିବ । ଲୋକତନ୍ତ୍ରରେ ସଂସଦକୁ ନ୍ୟାୟର ଶୀର୍ଷ ମନ୍ଦିର ବୋଲି କୁହାଯାଏ ଏବଂ ମୋଦୀ ସରକାରଙ୍କ ନିକଟରେ ମନ୍ଦିର ନିର୍ମାଣ ପାଇଁ ଅଧ୍ୟାଦେଶ ଆଣିବାର କ୍ଷମତା ରହିଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାମ ରାଜନୀତିର ବିଷୟ ନୁହନ୍ତି ବରଂ ଦେଶର ଗୌରବ । ରାମ ଆମର ପୂର୍ବଜ ଅଟନ୍ତି, ଆମ ସଂସ୍କୃତି, ଗୌରବ ଏବଂ ଆମ ଆତ୍ମା । ତାଙ୍କୁ ନେଇ ରାଜନୀତି କରିବା ଉଚିତ ନୁହେଁ । ଯଦି ଲୋକେ ନିଜେ ମନ୍ଦିର ନିର୍ମାଣ କରିବାକୁ ଚାହୁଁଛନ୍ତି ତହେଲେ ଏହାର ଅର୍ଥ ସେମାନେ ନ୍ୟାୟପାଳିକା କିମ୍ବା ସଂସଦର ସମ୍ମାନ କରୁନାହାନ୍ତି ।
ଦେଶର କୋଟି କୋଟି ଲୋକ ମନ୍ଦିର ନିର୍ମାଣ ହେଉ ବୋଲି ଚାହୁଁଛନ୍ତି । ଏହି ସମୟରେ ଯଦି ମନ୍ଦିର ନିର୍ମାଣ କରାନଗଲା ତାହେଲେ ବିଜେପି ଉପରୁ ଲୋକଙ୍କର ବିଶ୍ୱାସ ଉଠିଯିବ, ଯାହା ପାର୍ଟି ପାଇଁ ଭଲ ହେବ ନାହିଁ ବୋଲି ବାବା ରାମଦେବ କହିଛନ୍ତି ।

Leave A Reply

Your email address will not be published.