ହରିୟାଣା, ୫/୧୦: ହରିୟାଣା ପଂଚକୁଳା ଜେଲରେ ବନ୍ଦୀ ଥିବା ଗୁରମିତ ରାମ ରହିମ ସିଂଙ୍କ ପାଇଁ ଏକ ବଡ ଆଶ୍ୱସ୍ତିଜନକ ଖବର ଆସିଛି । ସିବିଆଇ ବିଶେଷ କୋର୍ଟ୍ ରାମରହିମଙ୍କ ଜାମିନକୁ ମଂଜୁର କରିଛନ୍ତି । ଏହି ଜାମିନ ତାଙ୍କୁ ଡେରା ସଚ୍ଚା ସୌଦାରେ ୪୦୦ ସାଧୁଙ୍କୁ ନପୁଂସକ କରିବା ମାମଲାରେ ମିଳିଛି । ଡେରା ସଚ୍ଚା ମୁଖ୍ୟ ରାମ ରହିମ ଦୁଇ ଜଣ ସ୍ୱାଧୀଙ୍କୁ ବଳକ୍ରାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଫଳରେ ତାଙ୍କୁ ୨୦ ବର୍ଷର ଜେଲ ଦଣ୍ଡ ମିଳିଛି ।
ରାମ ରହିମଙ୍କ ଜାମିନ ବାବଦରେ ପଂଚକୁଳା କୋର୍ଟରେ ଜଷ୍ଟିସ ଜଗଦୀପ ସିଂ ଶୁଣାଣି କରିଥିଲେ । ତାଙ୍କ ବିରୋଧରେ ହସ୍ପିଟାଲରେ ୪୦୦ ସାଧୁଙ୍କୁ ନପୁଂସକ କରିଥିବା ଅଭିଯୋଗ ରହିଥିଲା । ଅଦାଲତ ଦୁଇ ପକ୍ଷଙ୍କୁ ଶୁଣି ସାରିବା ପରେ ଏହି ରାୟ ଦେଇଛନ୍ତି । କିନ୍ତୁ ଜାମିନ ମିଳିବା ପରେ ସେ ଏବେ ମଧ୍ୟ ଜେଲରେ ରହିବେ ।