ରାହୁଲ ଗାନ୍ଧୀଙ୍କ ଉପରେ ଲେଜର ଲାଇଟ, ଗୃହ ମନ୍ତ୍ରାଳୟକୁ ଚିଠି ଲେଖିଲା କଂଗ୍ରେସ

0

ଆମେଠୀ,୧୧/୪ : ଆମେଠୀରେ ନାମାଙ୍କନ ଦାଖଲ କରିବା ସମୟରେ କଂଗ୍ରେସ ପାର୍ଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ବଡ ଅବହେଳା ହୋଇଥିବା କହି ଏକ ଅଭିଯୋଗ ପତ୍ର କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟକୁ ପଠାଇଛି କଂଗ୍ରେସ । ଏହି ପତ୍ରରେ ଅଭିଯୋଗ କରାଯାଇଛି କି ନାମାଙ୍କନ ଦାଖଲ କରିବା ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ବିପଦ ରହିଥିଲା । କିନ୍ତୁ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଏଭଳି କୌଣସି ଅଭିଯୋଗ ପତ୍ର ପାଇ ନଥିବା କହିଛି।

କେନ୍ଦ୍ର ସରକାରଙ୍କୁ ଲେଖାଯାଇଥିବା ଏହି ଚିଠିରେ କୁହାଯାଇଛି କି ରାହୁଲ ଗାନ୍ଧୀ ଅମେଠୀରେ ନାମାଙ୍କନ ଦାଖଲ କରିବା ପରେ ଯେବେ କଲେକ୍ଟ୍ରେଟ ପରିସର ନିକଟରେ ମିଡିଆ ସହିତ କଥା ହେଉଥିଲେ ତାଙ୍କ ମୁହଁ ଉପରେ ସବୁଜ ରଙ୍ଗର ଲେଜର ଲାଇଟ ପଡିଥିବା ଦେଖିବାକୁ ମିଲିଥିଲା । କଂଗ୍ରେସ ଅଧ୍ୟକ୍ଷଙ୍କ ଉପରେ ଏହି ଲାଇଟ୍ ସାତଥର ଦେଖାଯାଇଥିଲା । ଏହି ଅଭିଯୋଗ ପତ୍ରରେ ରାହୁଲଙ୍କ ବାପା ରାଜୀବ ଗାନ୍ଧୀ ଓ ଜେଜେମା ଇନ୍ଦିରା ଗନ୍ଧୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ମଧ୍ୟ ସୂଚିତ କରାଯାଇଥିଲା ।

ଅନ୍ୟପଟେ ଗୃହ ମନ୍ତ୍ରାଳୟ କହିଛି କି, ଆମକୁ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ସମ୍ୱନ୍ଧୀୟ କୌଣସି ଚିଠି ମିଳିନାହିଁ । କିନ୍ତୁ ମନ୍ତ୍ରାଳୟକୁ ଯେତେବେଳେ ଏହି ଘଟଣା ବିଷୟରେ ଧାରଣା ହୋଇଥିଲା, ଗୃହ ମନ୍ତ୍ରାଳୟ ପକ୍ଷରୁ ଏସପିଜିର ନିର୍ଦ୍ଦେଶକଙ୍କୁ ମାମଲାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏଠାରେ କହିରଖୁଛୁ କି ଅମେଠୀରେ ବଡ ରୋଡ୍ ଶୋ କରିବା ପରେ ରାହୁଲ ଗାନ୍ଧୀ ନାମାଙ୍କନ ଦାଖଲ କରିଥିଲେ । ଏହି ସମୟରେ ତାଙ୍କ ସହିତ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରା ଉପସ୍ଥିତ ଥିଲେ ।

କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଏହା ମଧ୍ୟ କହିଥିଲା କି ତାଙ୍କୁ ଏସପିଜି ନିର୍ଦ୍ଦେଶକ ପକ୍ଷରୁ କୁହାଯାଇଥିଲା କି କ୍ଲିପିଙ୍ଗରେ ରାହୁଲ ଗାନ୍ଧୀଙ୍କ ମୁହଁରେ ପଡିଥିବା ଗ୍ରୀନ ଲାଇଟ ପ୍ରକୃତରେ କଂଗ୍ରେସ ପାର୍ଟିର ଫୋଟୋଗ୍ରାଫରଙ୍କ ମୋବାଇଲ ଫୋନର, ଯିଏ କି ଏହି କାର୍ଯ୍ୟକ୍ରମରେ ଭିଡିଓଗ୍ରାଫି କରୁଥିଲେ ।

Leave A Reply

Your email address will not be published.