ରିମେକରେ ନଜର ଆସିବେ କାର୍ତ୍ତିକ

0

ମୁମ୍ବାଇ, ୧୨/୧ : ୨୦୧୧ ମସିହାରେ ଫିଲ୍ମ ‘ପ୍ୟାର କା ପଞ୍ଚନାମା’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିବା କାର୍ତ୍ତିକ ଆର୍ୟାନ ଏବେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀର ପ୍ରିୟପାତ୍ର କହିଲେ ଭୁଲ ହେବ ନାହିଁ । ତାଙ୍କର ପୂର୍ବ ଫିଲ୍ମ ‘ସୋନୁ କେ ଟିଟୁ କି ସ୍‌ୱିଟି’ ମଧ୍ୟ ବକ୍ସ ଅଫିସରେ ସୁପର ହିଟ୍‌ ସାବ୍ୟସ୍ତ ହୋଇଥିଲା । ଏହା ପରେ ତାଙ୍କୁ ଅନେକ ଫିଲ୍ମର ଅଫର ମଧ୍ୟ ମିଳିଛି ।
ସୂଚନା ଅନୁଯାୟୀ, ସଞ୍ଜୀବ କୁମାରଙ୍କ ୧୯୭୮ ମସିହାରେ ଆସିଥିବା ଫିଲ୍ମ ‘ପତି ପନିୀ ଔର ବୋ’ର ରିମେକ ହେବାକୁ ଯାଉଛି ଏବଂ ଏଥିରେ ମୁଖ୍ୟ ଭୁମିକାରେ କାର୍ତ୍ତିକ ଆର୍ୟାନଙ୍କୁ କାଷ୍ଟ କରାଯାଇଛି । କାର୍ତ୍ତିକଙ୍କୁ ଏହି ଫିଲ୍ମର ସ୍କ୍ରିପଫ ଖୁବ୍‌ ପସନ୍ଦ ଆସିଥିବା କୁହାଯାଉଛି । ତେବେ ର୍ନିମାତା ଏହାର ପ୍ଲଟକୁ ପୂର୍ବ ଭଳି ହିଁ ରଖିବାର ଯୋଜନା କରିଛନ୍ତି ।
ଫିଲ୍ମଟିର ସୁଟିଙ୍ଗ ଫେବୃଆରୀରୁ ଆରମ୍ଭ ହୋଇପାରେ ବୋଲି ସୁଚନା ମିଳୁଛି । ତେବେ ଫିଲ୍ମରେ କାର୍ତ୍ତିକଙ୍କ ସହ କେଉଁ ଅଭିନେତ୍ରୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।
ସୁଚନା ଯୋଗ୍ୟ ଯେ, ଏହି ଫିଲ୍ମ ବ୍ୟତିତ କାର୍ତ୍ତିକ କୃତି ସେନୋନଙ୍କ ସହ ଫିଲ୍ମ ‘ଲୁକା ଛୁପି’ ରେ ନଜର ଆସିବେ ।

Leave A Reply

Your email address will not be published.