ରିଲିଜ୍‌ ହେଲା ‘ସୋନଚିଡ଼ିଆ’

0

ରିଲିଜ ହୋଇଯାଇଛି ଫିଲ୍ମ ‘ସୋନଚିଡ଼ିଆ’ । ଏହା ଏକ ଡ୍ରାମା ଓ ଆକ୍ସନ ଫିଲ୍ମ ଯାହାର କାହାଣୀ ସତ ଘଟଣା ଉପରେ ଆଧାରୀତ । ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ସୁଶାନ୍ତ ସିଂହ ରାଜପୁତ ଓ ଭୂମି ପେଣ୍ଡେକର । ସେପଟେ ଫିଲ୍ମରେ ମନୋଜ ପାଜପାୟୀ, ରଣବୀର ଶୋରେ, ଆଶୁତୋଷ ରାଣା ଆଦି କଳାକାର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ସତୁରି ଦଶକରେ ଭାରତରେ ବାସ କରୁଥିବା ଡକାୟତଙ୍କ ଉପରେ ନିର୍ମାଣ କରାଯାଇଛି ଏହି ଫିଲ୍ମ । ୧୯୭୫ ମସିହାରେ ଏହି ଡକାୟତମାନେ ମଧ୍ୟଭାରତର ଚମ୍ବଲରେ ବାସ କରୁଥିଲେ ।
ଏକ ମଲା ନାଗ ସାପର ମୃତ ହେବରେ ମାଛି ବେଢୁଥିବା ଦୃଶ୍ୟରୁ ଫିଲ୍ମର ସିନ୍‌ ଆରମ୍ଭ ହୋଇଛି । ଏହି ଡକାୟତ ଦଳର ମୁଖିଆ ହେଉଛନ୍ତି ମନୋଜ ପାଜପେୟୀ ଯେ ଫିଲ୍ମରେ ମାନ ସିଂହର ଚରିତ୍ରରେ ଅଭିନୟ କରିଛନ୍ତି । ସୁଶାନ୍ତ ଫିଲ୍ମରେ ଲାଖନ ଚରିତ୍ରରେ ଅଭିନୟ କରିଥିବାବେଳେ ଭୂମି ଫିଲ୍ମରେ ପ୍ରତିଟି ଫ୍ରେମ୍‌ରେ ଅତି ସୁନ୍ଦର ଭାବେ ନିଜର ଡାଇଲଗ୍‌ ସବୁ କହିଛନ୍ତି । ସେପଟେ ଆଷୁତୋଶ ରାଣା ଫିଲ୍ମରେ ଭିଲେନ୍‌ ଭାବେ ଉଭା ହୋଇଛନ୍ତି ।
ଭୂମିଙ୍କୁ ଏହି ଫିଲ୍ମ ଜରିଆରେ ଏକ ଭିନ୍ନ ଚରିତ୍ରରେ ଦେଖିବେ ଦଶର୍କ । ପ୍ରଥମ କରି ସୁଶାନ୍ତ ଓ ଭୂମି ବଡପରଦାରେ ଏକାଠି ଦେଖାଯାଇଛନ୍ତି । ଏକ ସାକ୍ଷାତକାରରେ ଫିଲ୍ମର ନିର୍ଦ୍ଦେଶକ ଅଭିଶେକ ଚୌବେ କହିଛନ୍ତି- ‘ଡକାୟତମାନଙ୍କର ଏହି ପ୍ରଥା ବହୁ ପୁରୁଣା ଓ ଏହା ସେମାନଙ୍କ ସଂସ୍କୃତି ସଦୃଶ ଯାହାକୁ ଆଜିର ଦିନରେ ଲୋକେ ମନରୁ ପାସୋରି ଗଲେଣି ଓ ବର୍ତ୍ତମାନର ଯୁବପିଢ଼ି ଏ ବିଷୟରେ ଜାଣିବା ନିହାତି ଦରକାର’ । ସମ୍ପୁର୍ଣ୍ଣ ଫିଲ୍ମର ଶୁଟିଂ ଚମ୍ବଲରେ କରାଯାଇଥିବାବେଳେ ଫିଲ୍ମରେ ସଙ୍ଗୀତ ସଂରଚନା କରିଛନ୍ତି ବିଶାଲ ଭରଦ୍ୱାଜ୍‌ ।

Leave A Reply

Your email address will not be published.