ଚୀନ୍ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ରିୟଲ୍ମି ‘ୟୁ ଆଣ୍ଡ ରିୟଲ୍ମି ଡେ’ ଚାରିଦିନର କ୍ୟାମ୍ପେନ୍ ଆରମ୍ଭ କରିଛି । ଯାହା ଆଜି ଠାରୁ ଫେବୃୟାରୀ ୭ ପର୍ଯ୍ୟନ୍ତ ଚାଲିବ । ଏହାଦ୍ୱାରା ରିୟଲ୍ମିର ସ୍ମାର୍ଟଫୋନ୍ରେ ରିହାତି ସମେତ ଗୁଡିଏ ଅଫର ଘୋଷଣା କରାଯାଇଛି । ଏହି ସେଲ୍ ଇକମର୍ସର େୱବ୍ସାଇଟ୍ ତଥା ଫ୍ଲିପ୍କାର୍ଟ ଓ ଆମାଜନ୍ର ରିୟଲ୍ମି ଅଫିସିଆଲ୍ େୱବ୍ସାଇଟ୍ରେ ଆୟୋଜିତ ହୋଇଛି । ଏହାଦ୍ୱାରା ଯଦି କେହି ଗ୍ରାହକ ମୋବିକ୍ୱିକ୍ରୁ ପେମେଣ୍ଟ କରିବାକୁ ଚାହାନ୍ତି ତେବେ ୧୫ ପ୍ରତିଶତ ରିହାତି ପାଇପାରିବେ । ରିୟଲ୍ମି ୟୁୱାନ୍ରେ ୧୦୦୦ ଟଙ୍କାର ରିହାତ ସହ କ୍ରୟ କରାଯାଇପାରିବ । ରିୟଲ୍ମି ୨ ଓ ରିୟଲ୍ମି ୨ ପ୍ରୋକୁ ଫ୍ଲିପ୍କାର୍ଟ ରିହାତି ସହ ବିକ୍ରି ପାଇଁ ଉଦ୍ଦିଷ୍ଟ ରହିଛି । ରିୟଲ୍ମି ଟୁ ୩୦ ଦିନ ପର୍ଯ୍ୟନ୍ତ ଏକ୍ସଚେଞ୍ଜ ସହିତ ମିଳିପାରିବ । ଏହାସହ ରିୟଲ୍ମି ଟୁ ପ୍ରୋକୁ ୧୦୦୦ ଟଙ୍କା ରିହାତିରେ କିଣାଯାଇପାରିବ । ରିୟଲ୍ମି ସିୱାନ୍(୨୦୧୯)କୁ ଫ୍ଲିପ୍କାର୍ଟ ଓ ରିୟଲ୍ମି ଡଟ୍ କମ୍ରୁ ଅର୍ଡର କରାଯାଇପାରିବ । ଏହାର ପ୍ରଥମ ସେଲ୍ ୫ ଫେବୃୟାରୀ ଅପରାହ୍ନ ୧୨ରୁ ଆରମ୍ଭ ହେବ । ଆକ୍ସିସ୍ ବ୍ୟାଙ୍କର କ୍ରେଡିଟ୍ ଓ ଡେବିଟ୍ କାର୍ଡରେ ପେମେଣ୍ଟ କରିବା ଦ୍ୱାରା ୬୦୦ ଟଙ୍କାର ଅଫରରେ ମିଳିପାରିବ । ଏହାଦ୍ୱାରା ‘ଲଭ୍ ଫର୍ ସେଲ୍ଫିସ୍’ ଅଫରରେ ପାଇପାରିବେ । ଏହି ଅଫର ୪ ଫେବୃୟାରୀ ଅପରାହ୍ନ ୧୨ ଟା, ଦ୍ୱିପହର ୩ଟା ଓ ସନ୍ଧ୍ୟା ୩ଟାରୁ ଉପଲବ୍ଧ ରହିବ । ଅଫର ଦ୍ୱାରା ରିୟଲ୍ମି ୟୁରୁ କ୍ରୟ କରୁଥିବା ବ୍ୟବହାରକାରୀଙ୍କୁ ଫ୍ରି ରିୟଲ୍ମି ବଡ୍ସ୍ରେ ଦିଆଯିବ । ଲଭ୍ ଫର୍ ଏଣ୍ଟରଟେନ୍ମେଣ୍ଟ ଅଫର୍ରେ ଗ୍ରାହକ ରିୟଲ୍ମି ସିୱାନ୍ (୨୦୧୯) କିଣିବା ଦ୍ୱାରା ୫୦୦ଟଙ୍କାର ମୁଭି ଭାଉଚର୍ ପାଇପାରିବେ । ଏହି ଅଫର ରିୟଲ୍ମି ସିୱାନ୍ (୨୦୧୯)ରେ କିଣିବା ୫ ଫେବୃୟାରୀ ପର୍ଯ୍ୟନ୍ତ ବୈଧ ରହିଛି । ଏହାର ଲକି ଡ୍ର ଫେବୃୟାରୀ ୮ ତାରିଖରେ ଘୋଷଣା କରାଯିବ । ୬ ତାରିଖରେ ରିୟଲ୍ମିଟୁ ପ୍ରୋ କିଣିବା ଦ୍ୱାରା ୫୦୦ ଟଙ୍କାର ଗୁଗଲ୍ ପ୍ଲେ ଭାଉଚର୍ ମିଳିବା ସୁବିଧା ରହିଛି । ଏହି ଅଫର୍ ଲଭ୍ ଫର୍ ଗେମ୍ ଦ୍ୱାରା ଦିଆଯାଉଛି । କ୍ୟାମ୍ପେନ୍ର ଶେଷଦିନରେ ଲଭ୍ ଫର୍ ଟ୍ରାଭେଲ୍ ଦ୍ୱାରା ରିୟଲ୍ମି ଟେକ୍ ବ୍ୟାକ୍ପେକ୍ କିଣିବା ଦ୍ୱାରା ଗ୍ରାହକଙ୍କୁ ରିୟଲ୍ମି ବଡ୍ସ୍ ଫ୍ରି ମିଳିପାରିବ ।