ଖାରତୁମ, ୨୮/୧୨: ସୁଦାନରେ ସରକାରୀ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ଓ ଦଙ୍ଗାକାରୀଙ୍କ ମଧ୍ୟରେ ମୁହæôମୁହିଁ ହୋଇ ୧୯ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ପ୍ରାୟ ୪୦୦ ଲୋକ ଆହତ ହୋଇଛନ୍ତି । ଏହି ବିକ୍ଷୋଭ ରୁଟିର ଦର ବୃଦ୍ଧି ବିରୋଧରେ ହୋଇଥିବା ଜଣାପଡ଼ିଛି । ସର୍ବଦା ଦାରିଦ୍ର୍ୟତାର ସାମ୍ନା କରୁଥିବା ସୁଦାନରେ ଅଧିକାଂଶ ଲୋକ ସରକାରଙ୍କ ନିତି ଆଦର୍ଶ ଓ ଯେଜାନାକୁ ବିରୋଧ କରୁଛନ୍ତି । ରୋଟିର ମୂଲ୍ୟ ବୃଦ୍ଧି ହୋଇଥିବାରୁ ଲୋକେ ଉତ୍ତେଜିତ ହୋଇଛନ୍ତି । ଲୋକମାନେ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିବାର ମୂଳ କାରଣ ହେଲା ଯେ, ରୋଟିର ଦର ୩ ଗୁଣ ବୃଦ୍ଧି ପାଇଛି । ଏହି ବିରୋଧ ପ୍ରଦର୍ଶନ ବୁଧବାରଠାରୁ ଆରମ୍ଭ ହୋଇଛି । ବିରୋଧ ପ୍ରଦର୍ଶନ ଗୁରୁବାର ସୁଦାନର ରାଜଧାନୀ ଖାରତୁମ ପର୍ଯ୍ୟନ୍ତ ପହଂଚିଛି । ରାଷ୍ଟ୍ରପତିଭବନ ସମ୍ମୁଖରେ ଲୋକେ ଭିଡ ଜମାଇଥିବା ବେଳେ ନିଶ୍ଚିତ ଅଘଟଣ ଆଶାରେ ପୋଲିସ ଆଗୁଆ ଲୁହବୁହା ଗ୍ୟାସ ପ୍ରୟୋଗ କରିବାରୁ ବିକ୍ଷୋଭକାରୀ ଆକ୍ରମଣାତ୍ମକ ହୋଇପଡ଼ିଥିଲେ ।