ରେକର୍ଡ ଭାଙ୍ଗିଲା କେଜିଏଫ୍‌

0

ମୁମ୍ବାଇ, ୨୫/୧୨: ବକ୍ସ ଅଫିସରେ ଧମଲା ମଚାଇ ରେକର୍ଡ ବ୍ରେକ୍‌ କରିଛି ସାଉଥ୍‌ ଫିଲ୍ମ କେଜିଏଫ୍‌ । ସାଉଥ ସୁପଷ୍ଟାର ୟଶଙ୍କ ଅଭିନୀତ ଏହି ଫିଲ୍ମ ପ୍ରଥମ ଦିନରେ ୧୮.୧୦ କୋଟି ଆୟ କରି ରେକର୍ଡ ବ୍ରେକ୍‌ କରିଛି । ସେହି ଭଳି ‘କେଜିଏଫ୍‌ ଚାପଫର-୧’ର ହିନ୍ଦୀ ଭର୍ସନର ଆୟ ଲଗାତାର ବଢିବାରେ ଲାଗିଛି । ତେବେ ଚଳଚ୍ଚିତ୍ରଟିର ସମସ୍ତ ଭର୍ସନକୁ ମିଶାଇ ୪ଦିନରେ ସମୁଦାୟ ୬୦ କୋଟିରୁ ଅଧିକ ଆୟ ହୋଇଛି । ୟୁକେରେ ୩୦୦କୋଟି କମାଇଥିବା କେଜିଏଫ୍‌ ହେଉଛି ପ୍ରଥମ ଚଳଚିତ୍ର । ଏହାର ହିନ୍ଦୀ ଭର୍ସନ ଶାହରୁଖ ଖାନଙ୍କ ଜିରୋ ଚଳଚ୍ଚିତ୍ରକୁ ମଧ୍ୟ ପଛରେ ପକାଇଛି । ପ୍ରଥମ ଦିନରେ ଫିଲ୍ମର ଆୟ ୨.୧୦ କୋଟି, ଦ୍ୱିତୀୟ ଦିନରେ ୩କୋଟି ଓ ତୃତୀୟ ଦିନରେ ୫ କୋଟି ଆୟ ରହିଛି । ରିପୋର୍ଟ ଅନୁଯାୟୀ ଚଳଚ୍ଚିତ୍ର ୪ର୍ଥ ଦିନରେ ୪କୋଟି ଟଙ୍କା ଆୟ କରିଛି । ତେବେ ହିନ୍ଦୀ ଭର୍ସନରେ ସମୁଦାୟ ୧୫କୋଟି ଟଙ୍କା ଆୟ କରିଛି । ଫିଲ୍ମର ସଫଳତାକୁ ଦୃଷ୍ଟିରେ ରଖି ତେଲୁଗୁ ଭାଷା କ୍ଷେତ୍ରରେ ଏହାର ସ୍କ୍ରିନିଂକୁ ବଢାଯାଉଛି ।

Leave A Reply

Your email address will not be published.