ରୋଗପ୍ରତିରୋଧକ ଶକ୍ତି କମିଲେ ଆମ ଶରୀର ବିଭିନ୍ନ ପ୍ରକାର ସଂକ୍ରମଣର ଶିକାର ହୁଏ । ଯେମିତିକି ଥଣ୍ଡା, ଜ୍ୱର, ଚର୍ମ ଆଲର୍ଜି ଏବଂ ଜଳୀୟ ଅଂଶ କମିବା ଆଦି ସମସ୍ୟା ଦେଖାଯାଏ । ତେବେ ଏସବୁ ପୂର୍ବରୁ ଶରୀରରେ ରୋଗପ୍ରତିରୋଧକ କ୍ଷମତା କମୁଛି ବୋଲି କିପରି ଜାଣିବେ ।
ଦୁର୍ବଳ ଅନୁଭବ କରିବା: କଠିନ ପରିଶ୍ରମ କରିବା ପରେ ସାଧାରଣତଃ ଆମେ ଦୁର୍ବଳ ଅନୁଭବ କରୁ । କିନ୍ତୁ ଯଦି ଆପଣ କମ୍ ସମୟ କାମ କରି ଦୁର୍ବଳ ଅନୁଭବ କରୁଥାନ୍ତି ତେବେ ଆପଣଙ୍କ ଶରୀରରେ ରୋଗପ୍ରତିରୋଧକ କ୍ଷମତା କମ୍ ଅଛି ।
ବାରମ୍ବାର ଥଣ୍ଡା ହେଉଥିଲେ: ସାଧାରଣତଃ ପାଣିପାଗ ବଦଳିଲେ ଅନେକଙ୍କୁ ଥଣ୍ଡା ସମସ୍ୟା ହୁଏ । ଯଦି ଥଣ୍ଡା କାସ ବାରମ୍ବାର ହୁଏ ବା ଅନେକ ଦିନ ଧରି ଲାଗି ରୁହେ ତେବେ ଜାଣନ୍ତୁ ଆପଣଙ୍କ ଶରୀରର ରୋଗପ୍ରତିରୋଧକ କ୍ଷମତା କମ୍ ରହିଛି ।
ଆଲର୍ଜି: ଧୂଳି ଓ ପାଣିର ସଂସ୍ପର୍ଶରେ ଆସିଲେ ଆପଣଙ୍କ ଚର୍ମ କିମ୍ବା ଅନ୍ୟ କିଛି ଶାରୀରିକ ସଂକ୍ରମଣ ବାରମ୍ବାର ହେଉଛି ତେବେ ଆପଣଙ୍କ ରୋଗପ୍ରତିରୋଧକ କ୍ଷମତା କମ୍ ରହିଛି ।
ଗଳାର ଗ୍ଲାଣ୍ଡ୍ ଫୁଲିବା: ଶରୀରରେ ରୋଗପ୍ରତିରୋଧକ କ୍ଷମତା କମିଲେ ବେକର ଗ୍ଲାଣ୍ଡ ଫୁଲିବାକୁ ଲାଗେ ।
ହଠାି ଓଜନ କମିବା ଓ ବିବା: ରୋଗପ୍ରତିରୋଧକ କ୍ଷମତା କମିଲେ ଶରୀର ଓଜନ ହଠାି ବିବାକୁ ଲାଗେ ନଚେି କମିବାକୁ ଲାଗେ ।
ଚର୍ମ ଶୁଷ୍କ ଏବଂ କୁଣ୍ଡାଇ ହୁଏ: ଶରୀରରେ ରୋଗପ୍ରତିରୋଧକ କ୍ଷମତା କମିଲେ ଚର୍ମ ଶୁଷ୍କ ହେବା ସହ କୁଣ୍ଡାଇ ହୁଏ ।
Prev Post
Next Post