୪୦୦ ବର୍ଷ ପୂର୍ବେ ଜାପାନ୍ର ବୌଦ୍ଧ ମନ୍ଦିରରେ ଯୁବପିଢିଙ୍କୁ ଆକର୍ଷିତ କରିବା ପାଇଁ ରୋବଟ୍ର ସାହାଯ୍ୟ ନିଆଯାଇଛି । ୭ ଲକ୍ଷ ପାଉଣ୍ଡ (ପାଖାପାଖି ୬.୫ କୋଟି ଟଙ୍କା)ର ମୂଲ୍ୟ ବିଶିଷ୍ଟ ରୋବଟ୍କୁ ‘କେନନ୍’ କୁହାଯାଉଛି ଯାହାର କାମ ହେଉଛି ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ବୌଦ୍ଧ ଧର୍ମ ବିଷୟରେ ଜ୍ଞାନ ଓ ଉପଦେଶ ପ୍ରଦାନ କରିବା । କେ୍ୱାଟୋର କୋଡାଇଜି ମନ୍ଦିରରେ ଏହି ରୋବଟ୍କୁ ରଖାଯାଇଛି । ଏହି ମନ୍ଦିରଟି ୧୬୧୯ରେ ଖୋଲାଯାଇଥିଲା । ରୋବଟ୍ର ମୁଣ୍ଡ, କାନ୍ଧ ଓ ହାତକୁ ସିଲିକନ୍ରେ ପ୍ରସ୍ତୁତ କରାଯାଇଛି ଯାହା ଦୈର୍ଘ୍ୟ ୧.୯୫ ମିଟର ଓ ଓଜନ ୫୯ କିଲୋଗ୍ରାମ । ତାହାର ବାମ ଆଖିରେ ଏକ ଭିଡିଓ କ୍ୟାମେରା ଲାଗିଛି ଫଳରେ ଆଇ-କନେକଫ ରହିପାରିବ । ରୋବଟ୍ଟି ଜାପାନୀ ଭାଷାରେ ଉପଦେଶ ଦେବା ସହ ଇଂରାଜୀ ଓ ଚୀନୀ ଭାଷାକୁ ଟ୍ରାନ୍ସ୍ଲେଟ୍ କରିବାରେ ମଧ୍ୟ ସହାୟକ ହେବ । ଯୁବାପିଢିକୁ ବୌଦ୍ଧଧର୍ମର ସମସ୍ତ ବିବରଣୀ ଦେବା ପାଇଁ ମନ୍ଦିରର ପୂଜାରୀମାନେ ଓସାକା ୟୁନଭର୍ସିଟିର ଇଣ୍ଟେଲିଜେନ୍ସ ରୋବଟିକ୍ର ପ୍ରଫେସର ହିରୋଶୀ ହଶିଗୁରୋଙ୍କୁ ଯୋଗାଯୋଗ କରାଯାଇଥିଲା । ତେଣୁ ସେ ଏହି ରୋବର୍ଟର ପ୍ରସ୍ତୁତ କରିଛନ୍ତି ।