ରୋଷେଇଘର ସଫା କରିବା ଉପାୟ

0

ରୋଷେଇ କରିବା ସ୍ଥାନ ଘରର ମୁଖ୍ୟ ସ୍ଥାନ ହୋଇଥାଏ । ମହିଳା ଅବା ପୁରୁଷ ବର୍ତ୍ତମାନ ସମୟରେ ରୋଷେଇ ଘର ସମସ୍ତଙ୍କର ପ୍ରଥମ ପସନ୍ଦ । ତେଣୁ ରୋଷେଇଘରକୁ ବ୍ୟବସ୍ଥିତ, ସଫା ଓ ସୁନ୍ଦର ରଖିବା ନିତ୍ୟନ୍ତ ଆବଶ୍ୟକ । ରୋଷେଇ ଘରର ପାରିପାଶ୍ୱର୍କ ପରିବେଶ ଖାଦ୍ୟ ପ୍ରସ୍ତୁତିର ଝଲକ୍‌କୁ ଦର୍ଶାଇଥାଏ । ରୋଷେଇ ଘର ସଫା କରିବାର ପଦ୍ଧତି-
– ପ୍ରଥମତଃ ରୋଷେଇ ଘରର କବାଟ ଉପରେ ଥିବା ଦାଗକୁ ସଫା କରିବା ପାଇଁ ବାସନ ସଫା ସ୍କ୍ରବରର ବ୍ୟବହାର କରନ୍ତୁ । ପରେ ଏକ ସଫା କପଡାକୁ ପାଣିରେ ଭିଜାଇ ୨-୩ ଥର ପୋଛନ୍ତୁ । କବାଟ ସଂପୂର୍ଣ୍ଣ ସଫା ଓ ଚମକଦାର ଦେଖାଯାଏ । କବାଟ ଓ ଟାଇଲ୍‌କୁ ସଫା କରିବା ପାଇଁ ବ୍ଲିଚ୍‌, ଆମୋନିଆ, ବେକିଂ ସୋଡା କିମ୍ବା ଭିନେଗାରର ବ୍ୟବହାର କରନ୍ତୁ ।
– ବେସିନ୍‌ରେ ଲାଗିଥିବା ଦାଗକୁ ସଫା କରିବା ପାଇଁ ପ୍ରଥମେ ଗରମ ପାଣି ଢାଳନ୍ତୁ । ପରେ ତାକୁ ଭିନେଗାର ଓ ବେକିଂ ପାଉଡର ସହ ସଫା କରନ୍ତୁ । ପାଇପ୍‌କୁ ଟୁଥ୍‌ବ୍ରସ୍‌ରେ ସାବୁନ୍‌ କିମ୍ବା ସର୍ଫ ଲଗାଇ ସଫା କରନ୍ତୁ ।
– ରୋଷେଇ ଘରେ ଥିବା ଡଷ୍ଟବିନ୍‌କୁ ସବୁବେଳେ ସଫା ରଖନ୍ତୁ ଓ ପ୍ରତିଦିନ ପରିବର୍ତ୍ତନ କରନ୍ତୁ ।
– ଫ୍ରିଜ୍‌କୁ ସଫା କରିବା ପାଇଁ ମଗ୍‌ରେ ପାଣି ନେଇ ସେଥିରେ ଅଳ୍ପ ବେକିଂ ସୋଡା ମିଶାନ୍ତୁ । ମିଶ୍ରଣକୁ ଫି୍ରଜ୍‌ରେ ଲାଗିଥିବା ଦାଗରେ ଲଗାଇ ସଫା କରନ୍ତୁ ।
– ରୋଷେଇ ଘର ଥାକ ସଫା କରିବା ପାଇଁ ଅଳ୍ପ ଭିନେଗାରରେ ଲିକ୍ୱିଡ୍‌ ସାବୁନ୍‌ ମିଶାନ୍ତୁ । ଭିନେଗାରରେ ସାବୁନ୍‌ ଭଲଭାବେ ମିଶିଗଲେ ମଇଳା ହୋଇଥିବା ସ୍ଥାନରେ ଘଷନ୍ତୁ ପୂର୍ବଭଳି ଥାକ ସଫା ହୋଇଯିବ ।
– ଗ୍ୟାସ୍‌ରେ ତେଲ ଦାଗ ସଫା କରିବା ପାଇଁ କ୍ଲିନରର ବ୍ୟବହାର କରନ୍ତୁ । ସାବୁନ୍‌ ଓ ପାଣିର ମିଶ୍ରଣରେ ବର୍ଣ୍ଣଲକୁ ସଫା କରନ୍ତୁ ।
-ରୋଷେଇ ଘରର ଚଟାଣ ସଫା କରିବା ପାଇଁ ବ୍ୟବହାର ହୋଇସାରିଥିବା ସାବୁନ୍‌କୁ ପାଣିରେ ପକାଇ ଚଟାଣକୁ ସଫା କରନ୍ତୁ । ପରେ ଏଥିରେ ଭିନେଗାର ଓ ଗରମପାଣି ମିଶାଇ ପୋଛନ୍ତୁ ।
– ମାଇକ୍ରୋେୱଭ୍‌କୁ ସଫା ରଖିବା ଜରୁରୀ ହୋଇଥାଏ । ତେଣୁ ଏକ ଗିନା ପାଣିରେ ଲେମ୍ବୁରସ ମିଶାଇ ଏହାକୁ ମାଇକ୍ରୋେୱଭ୍‌ ଭିତରେ ରଖିଦିଅନ୍ତୁ ଓ ୫ ମିନିଟ୍‌ ପର୍ଯ୍ୟନ୍ତ ମାଇକ୍ରୋେୱଭ୍‌କୁ ଚାଲୁ ରଖନ୍ତୁ । ଏହାପରେ ମାଇକ୍ରୋେୱଭ୍‌ରୁ ଗିନାଟିକୁ କାଢି ପେପର୍‌ ଟାେୱଲ୍‌ରେ ଏହା ଭିତରକୁ ସଫା କରନ୍ତୁ ।

Leave A Reply

Your email address will not be published.