ରୋହିତଙ୍କ ଶତକ ଫିକା, ପ୍ରଥମ ଦିନିକିଆ ହାରିଲା ଟିମ୍‌ ଇଣ୍ଡିଆ

0

ସିଡନୀ, ୧୨/୧: ସିଡନୀରେ ଅନୁଷ୍ଠିତ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ୩୪ ରନ୍‌ରେ ପରାଜୟ ବରଣ କରିଛି । ଅଷ୍ଟ୍ରେଲିଆ ପକ୍ଷରୁ ଧାର୍ଯ୍ୟ ୨୮୯ ରନ ଟାର୍ଗେଟକୁ ପିଛା କରି ଭାରତ ୫୦ ଓଭରରେ ୯ ୱିକେଟ ହରାଇ ୨୫୪ ରନ କରିବାକୁ ସକ୍ଷମ ହୋଇଛି । ଦଳପକ୍ଷରୁ ରୋହିତ ଶର୍ମା ଚିତ୍ତାକର୍ଷକ ୧୩୩ ରନ ଓ ଧୋନି ୫୧ ରନ କରିଥିଲେ ମଧ୍ୟ ଦଳକୁ ପରାଜୟରୁ ବଞ୍ଚାଇପାରି ନାହାନ୍ତି । ଦଳର ଅନ୍ୟକୌଣସି ବ୍ୟାଟ୍ସମ୍ୟାନ ବିଶେଷ ଯୋଗଦାନ ଦେଇପାରିନଥିଲେ । ନିଜ ଇନିଂସ ପ୍ରାରମ୍ଭରୁ ହିଁ ଭାରତୀୟ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର ମାତ୍ର ୪ ରନ ହୋଇଥିବା ବେଳେ ଭାରତର ତିନି ପ୍ରମୁଖ ବ୍ୟାଟ୍ସମ୍ୟାନ ଶିଖର ଧାଓ୍‌ନ, ଅଧିନାୟକ ବିରାଟ କୋହଲି ଓ ରାଇଡୁ ପାଭିଲିୟନ ଫେରି ଆସି ଭାରତର ସ୍ଥିତି ଦୟନୀୟ କରି ଦେଇଥିଲେ । ତେବେ ଓପନର ରୋହିତ ଶର୍ମାଙ୍କ ସହିତ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନି କ୍ରିଜ୍‌ରେ ରହି ଭାରତର ସ୍ଥିତି ସମ୍ଭାଳିଥିଲେ । ରୋହିତ ଶର୍ମା ୧୨୯ ବଲର ମୁକାବିଲା କରି ୬ଟି ଛକା ଓ ୧୦ ଟିଚୌକା ସହାୟତାରେ ୧୩୩ ରନ୍‌ କରିଥିଲେ । ରୋହିତଙ୍କୁ ଭରପୂର ସହଯୋଗ କରି ଧୋନି ବ୍ୟକ୍ତିଗତ ୫୧ ରନ୍‌ କରି ଆଉଟ୍‌ ହୋଇଥଲେ । ଶେଷ ଭାଗରେ ଭୁବନେଶ୍ୱର କୁମାର ୨୩ ବଲରୁ ୨୯ ରନ ସଂଗ୍ରହ କରିଥିଲେ ହେଁ ଏହା ଯଥେଷ୍ଟ ହୋଇନଥିଲା ।

Leave A Reply

Your email address will not be published.