ସ୍ମାକିଛିବର୍ଷରେ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀମାନେ ଇଣ୍ଟରନାଲ ଷ୍ଟୋରେଜନରେ ପରିବର୍ତ୍ତନ ଆଣିଛନ୍ତି । ଲଞ୍ଚ ହେଉଥିବା ଅଧିକାଂଶ ଫୋନ୍ ୧୬ ଜିବିରୁ ୩୨ ଜିବି ଇଣ୍ଟରନାଲ ରହିଥାଏ । କିଛି ଏପରି ଫୋନ୍ ମଧ୍ୟ ଅଛି ଯାହା ଅତିରିକ୍ତ ମେମୋରୀ ପାଇଁ ବିକଳ୍ପ ଷ୍ଟୋରେଜ୍ ନାହିଁ । ଯଦି ଆପଣ କିଛି ପୁରୁଣା ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି ଆଉ ସ୍ପେଶ୍ କମ୍ ରହିଛି ତେବେ ଜାଣନ୍ତୁ କିପରି ସ୍ପେଶ୍ ମ୍ୟାନେଜ୍ କରିବେ-
* ଅଦରକାରୀ ଫାଇଲ୍ ଡିଲିଟ୍ କରନ୍ତୁ- ଆଣ୍ଡରଏଡ୍ ହେଉ କି ଆଇଓଏସ୍ ସ୍ମାର୍ଟଫୋନ୍ ବ୍ୟବହାରକାରୀ ଅଦରକାରୀ ଫାଇଲ୍ ଡିଲିଟ୍ କରିଦେବା ଆବଶ୍ୟକ । ବେଳେ ବେଳେ ଇମେଲ୍ ଆଟେଚ୍ମେଣ୍ଟ, ୱାଟ୍ସ୍ଆପ୍, ମେସେଞ୍ଜରରେ ଶେୟାର କରିଥିବା ଇମେଜ୍ ଓ ଭିଡିଓ ପାଇଁ ମେମୋରୀ ଫୁଲ୍ ହୋଇଯାଏ ତେଣୁ ମେମୋରୀ ଲୋ ୱାର୍ନିଙ୍ଗ ଦିଏ । ଯଦି ଅଦରକାରୀ ଫାଇଲ୍ ଡିଲିଟ୍ କରିଦିଅନ୍ତି ତେବେ ଆଉ ୱାର୍ଣ୍ଣିଙ୍ଗ ମେସେଜ୍ ଆସିବନି ।
* ଫଟୋ, ଭିଡିଓ ଡାଉନ୍ଲୋଡ କରନ୍ତୁ ନାହିଁ- ଆମେ ସବୁବେଳେ ପସନ୍ଦର ଫଟୋ ଓ ଭିଡିଓକୁ ନିଜ ସ୍ମାର୍ଟଫୋନ୍ରେ ଡାଉନ୍ଲୋଡକ କରିଦେଉ । କିନ୍ତୁ ଏପରି କରିବା ପାଇଁ କ୍ଲାଉଡ୍ ଷ୍ଟୋରେଜ୍ ଯେପରିକି ଗୁଗଲ୍ ଫଟୋଜ୍ର ବ୍ୟବହାର କରାଯାଇପାରିବ । ଏପରି କରିବା ଦ୍ୱାରା ଫୋନ୍ ଷ୍ଟୋରେଜ୍ର ସମସ୍ୟା ହେବନି ଆଉ ଫଟୋ ବି ସୁରକ୍ଷିତ ରହିଛି ।
* ଆପ୍ସ୍ ଡିଲିଟ୍ କରିବା- ସ୍ମାର୍ଟଫୋନ୍ରେ ବେଶୀ ଆପ୍ ଇନ୍ଷ୍ଟାଲ କରିବା ଦ୍ୱାରା ସ୍ପେଶ୍ ସମସ୍ୟା ହୋଇଥାଏ । ଫୋନ୍ରେ କିଛି ଏପରି ଆପ୍ ଥାଏ ଯାହାର ବ୍ୟବହାର ବେଶୀ ହୋଇନଥାଏ ସେସବୁକୁ ଡିଲିଟ୍ କରିଦେଲେ ଫୋନ୍ ନୋଟିଫିକେସନ୍ ଆସେନି ।
* ଷ୍ଟ୍ରିମିଙ୍ଗ ଆପ୍ର ଭିଡିଓ ଡିଲିଟ୍ କରନ୍ତୁ- ଭିଡିଓ ଷ୍ଟି୍ରମିଙ୍ଗ ଆପ୍ ଦ୍ୱାରା ବ୍ୟବହାରକାରୀ ଭଲ ଲାଗୁଥିବା ଭିଡିଓକୁ ଅଫ୍ଲାଇନ୍ ଦେଖିବା ପାଇଁ ଷ୍ଟୋର କରିଦିଅନ୍ତି । ଫଳରେ ମେମୋରୀ ଫୁଲ୍ ହୋଇଯାଏ ।
* କ୍ୟାଚ୍ କ୍ଲିଅର କରନ୍ତୁ- ଆଣ୍ଡରଏଡ୍ ୟୁଜର୍ସ ଫୋନ୍ରେ ଆପ୍ସ୍ଙ୍କ ସହ କ୍ୟାଚ୍ ଫାଇଲ୍ସ୍ ମଧ୍ୟ ଜମା କରନ୍ତି । ଏହାଦ୍ୱାରା କ୍ୟାଚ୍କୁ ବାରମ୍ବାର ସଫା କରିବାକୁ ପଡିଥାଏ ନହେଲେ ଷ୍ଟୋରେଜ୍ ଜାମ୍ ହୋଇଯାଏ । ଫଳରେ ଷ୍ଟୋରେଜ୍ ନୋଟିଫିକେସନ୍ ବାରମ୍ବାର ଆସିଥାଏ ।
* ଲାଇଟ୍ ଆପ୍ସ୍ ଡାଉନ୍ଲୋଡ୍ କରିବା- ଏଣ୍ଡରଏଡ୍ ବ୍ୟବହାରକାରୀଙ୍କ ଗୁଗଲ୍ ପ୍ଲେ ଷ୍ଟୋରରେ ଲାଇଟ୍ ଆପ୍ସ୍ ରହିଥାଏ । ଯାହା ଫୋନ୍ ମେମୋରୀକୁ ସେଭ୍ କରେ । ଗୁଗଲ୍ ପ୍ଲେ ଷ୍ଟୋରରେ ଫେସ୍ବୁକ୍, ୱାଟ୍ସ୍ଆପ୍ ଓ ୟୁ-ଟୁ୍ୟବ୍ ଭଳି ଲାଇଟ୍ ଆପ୍କୁ ଡାଉନ୍ଲୋଡ କରି ସ୍ପେଶ୍ ରଖାଯାଇପାରିବ ।
* ପ୍ରି-ଇନ୍ଷ୍ଟାଲ୍ ଆପ୍ ଡିଲିଟ୍ କରିବା- କିିଛି ସ୍ମାର୍ଟଫୋନ୍ରେ ପୂର୍ବରୁ ଆପ୍ ଇନ୍ଷ୍ଟାଲ ହୋଇରହିଥାଏ । କିଛି ପ୍ରି-ଇନ୍ଷ୍ଟାଲ୍ ଆପ୍ ଜରୁରୀ ବି ହୋଇନଥାଏ । ଏହିସବୁ ଆପ୍କୁ ଡିଲିଟ୍ କରିଦେବା ଆବଶ୍ୟକ ।
Prev Post
Next Post