ଉତ୍ତରପ୍ରଦେଶରେ ପ୍ରିୟଙ୍କାଙ୍କ ରୋଡ୍‌ ଶୋ : ଇତିହାସ ପରିବର୍ତ୍ତନ ଲକ୍ଷ୍ୟରେ କଂଗ୍ରେସ

0

ଲକ୍ଷ୍ନୌ,୧୧/୨: ଉତ୍ତରପ୍ରଦେଶରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋମବାର ଆରମ୍ଭ କରିଛନ୍ତି ୧୨ କିଲୋମିଟରର ରୋଡ୍‌ ଶୋ। ଗତ ୩୦ ବର୍ଷ ଧରି ରାଜ୍ୟରେ କଂଗ୍ରେସ ଶାସନଠାରୁ ଦୂରରେ ରହିଥିବାବେଳେ ପ୍ରିୟଙ୍କାଙ୍କ ମାଧ୍ୟମରେ ଭୋଟରଙ୍କୁ ହାତେଇବାର ଲକ୍ଷ୍ୟ ରଖିଛି। ଉତ୍ତରପ୍ରଦେଶ ଜୟ କଲେ କଂଗ୍ରେସ ପାଇଁ ଶାସନ ଡୋର ଧରିବା ସହଜ ହେବ ବୋଲି କୁହାଯାଉଛି। ତେଣୁ ଶେଷ ପର୍ଯ୍ୟାୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରିୟଙ୍କାଙ୍କ ମାଧ୍ୟମରେ ମାଷ୍ଟର ଷ୍ଟ୍ରୋକ୍‌ ମାରିବାର ଯୋଜନା ପ୍ରସ୍ତୁତ କରିଥିବା ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି। ରାହୁଲ ଉତ୍ତରପ୍ରଦେଶ ଜୟ ପାଇଁ ପ୍ରସ୍ତୁତ କରିଛନ୍ତି ୟଙ୍ଗ୍‌ ବିଗ୍ରେଡ୍‌। ସେଥିରେ ପ୍ରିୟଙ୍କାଙ୍କ ସହିତ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ରହିଛନ୍ତି।

Leave A Reply

Your email address will not be published.