ଲତା ମଙ୍ଗେସକରଙ୍କ ଅନୁରୋଧ : ଧୋନୀ ଆପଣ ଅବସର ନେବା କଥା ମନକୁ ଆଣନ୍ତୁ ନାହିଁ

0

ନୂଆଦିଲ୍ଲୀ,୧୧/୭: ବିଶ୍ଵକପ ସେମି ଫାଇନାଲରେ ଭାରତର ନିରାଶଜନକ ପରାଜୟ ପରେ ସ୍ଵର ସାମ୍ରାଜ୍ଞୀ ଲତା ମଙ୍ଗେସକର ଟ୍ଵିଟ୍ କରି ଭାରତୀୟ ଦଳ ଓ କ୍ରିକେଟ୍ ପ୍ରଶଂସକଙ୍କ ଉତ୍ସାହ ବଢାଇଛନ୍ତି। ଲତା ନିଜର ସ୍ଵରରେ ଗୁଲଜାର ସାହାବଙ୍କ ଦ୍ଵାରା ଲିଖିତ ଏକ ଗୀତକୁ ଟିମ୍ ଇଣ୍ଡିଆକୁ ଉତ୍ସର୍ଗ କରି ଟ୍ଵିଟ୍ କରିଛନ୍ତି ଯେ, କାଲି ଆମେ ଜିତି ପାରିଲୁ ନାହିଁ ମାତ୍ର ଆମେ ହାରି ନାହୁଁ। ଗୁଲଜାର ସାହାବ କ୍ରିକେଟ୍ ପାଇଁ ଲେଖିଥିବା ଏହ ଗୀତ ଆମ ଦଳକୁ ମୁଁ ଉତ୍ସର୍ଗ କରୁଛି। ଲତା ମଙ୍ଗେସକର ଟ୍ଵିଟ୍ ସହିତ ନିଜେ ଗାଇଥିବା ଗୀତର ଲିଙ୍କ୍ ମଧ୍ୟ ସେୟାର କରିଛନ୍ତି।

ବିଶ୍ଵକପ ସେମି ଫାଇନାଲରେ ଭାରତର ପରାଜୟ ପରଠୁ ମହେନ୍ଦ୍ର ସିଂହ ଧୋନୀଙ୍କ ସନ୍ନ୍ୟାସ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ଏହା ଉପରେ ଲତା ମଙ୍ଗେସକର ଟ୍ଵିଟ୍ କରି ପ୍ରତିକ୍ରିୟା ଦେଇଛନ୍ତି। ସେ ଧୋନୀଙ୍କୁ ଅପିଲ କରିଛନ୍ତି ଯେ, ସେ ନିଜ ମନରେ ଅବସର କଥା ଆସିବାକୁ ଦିଅନ୍ତୁ ନାହିଁ।

ଭାରତ ରତ୍ନରେ ସମ୍ମାନିତ ଲତା ମଙ୍ଗେସକର ଟ୍ଵିଟ୍ କରିଛନ୍ତି ଯେ, ନମସ୍କାର ଏମ ଏସ ଧୋନୀଜି। ଆଜିକାଲି ମୁଁ ଶୁଣୁଛି ଯେ ଆପଣ ଅବସର ନେବାକୁ ଚାହୁଁଛନ୍ତି। କୃପା କରି ଆପଣ ଏମିତି ଚିନ୍ତା କରନ୍ତୁ ନାହିଁ। ଦେଶକୁ ଆପଣଙ୍କ ଖେଳର ଆବଶ୍ୟକତା ରହିଛି। ମୁଁ ଅନୁରୋଧ କରୁଛି ଯେ, ଅବସର ନେବାର ବିଚାର ମନ ଭିତରକୁ ଆଣନ୍ତୁ ନାହିଁ।

Leave A Reply

Your email address will not be published.