ମୁମ୍ବାଇ, ୨୨/୧୨ : ବିବାହ ପରେ ଦିଲ୍ଲୀ ଏବଂ ମୁମ୍ବାଇରେ ଗ୍ରାଣ୍ଡ୍ ରିସେପସନ ପାର୍ଟିର ଆୟୋଜନ କରିବା ପରେ ବଲିଉଡ ନାୟୀକା ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନ୍ସ ଏବେ ନିଜ ହଲିଉଡର ବନ୍ଧୁ ମାନଙ୍କୁ ରିସେପସନ ପାର୍ଟି ଦେବାର ଯୋଜନା କରୁଛନ୍ତି ।
ପ୍ରିୟଙ୍କା ନିକ୍ଙ୍କ ସହ ନିଜ ଶ୍ୱଶୁରାଳୟକୁ ଫେରି ଯାଇଛନ୍ତି । ପ୍ରିୟଙ୍କା ଏବଂ ନିକ ଲସ୍ ଏଞ୍ଜିଲିସଠାରେ ନିଜ ହଲିଉଡ ବନ୍ଧୁଙ୍କ ପାଇଁ ରିସେପସନ ପାର୍ଟି ରଖିବେ । ଏହି ପାର୍ଟି ଜାନୁଆରୀ ଶେଷ ସପ୍ତାହରେ ଆୟୋଜିତ ହେବ । ତେବେ ପ୍ରିୟଙ୍କ ଏବଂ ନିକ୍ ବର୍ତ୍ତମାନ ପରସ୍ପର ସହ କିଛି ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇବା ପାଇଁ ସ୍ୱିଜରଲ୍ୟାଣ୍ଡ ଯାତ୍ରା କେରିବେ । ଏହା ପରେ ପ୍ରିୟଙ୍କା ନିଜ ଆଗାମୀ ଚଳଚିତ୍ର ‘ଦ ସ୍କାଇ ଇଜ ପିଙ୍କ’ର ସୁଟିଙ୍ଗ ପାଇଁ ମୁମ୍ବାଇ ଫେରିବେ । ଏହି ସୁଟିଙ୍ଗ ସାରି ପ୍ରିୟଙ୍କା ପୁଣି ଥରେ ଲସ୍ ଏଞ୍ଜିଲିସ ଫେରିଯିବେ, ଯେଉଁଠି ତାଙ୍କର ତୃତୀୟ ରିସେପସନ ପାର୍ଟି ଅନୁଷ୍ଠିତ ହେବ ।
Next Post