ଲୁଣା ନଦୀରୁ ମିଳିଲା ମାଆ ଓ ଝିଅଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା !

0

କେନ୍ଦ୍ରାପଡା,୧/୮: ଲୁଣା ନଦୀରୁ ଆଜି ମାଆ-ଝିଅଙ୍କ ମୃତଦେହ ମିଳିଛି। କିନ୍ତୁ ଏହି ଘଟଣା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ିନାହିଁ। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରେ ଏହା ଘଟିଛି। ଆଜି ସକାଳଠାରୁ କରଞ୍ଜ ଗାଁର ଭରତ ସେଠୀଙ୍କ ସ୍ତ୍ରୀ ସସ୍ମିତା ଓ ତାଙ୍କ ଝିଅ ନିଖୋଜ ଥିଲେ। ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପାଇନଥିଲେ। ତେବେ ଲୁଣା ନଦୀରେ ସସ୍ମିତାଙ୍କ ଝିଅର ମୃତଦେହ ଭାସୁଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ପରେ ପରିବାର ଲୋକେ ଆସି ମୃତଶିଶୁ କନ୍ୟାକୁ ଚିହ୍ନିଥିଲେ। ସସ୍ମିତା ନିଜ ଝିଅକୁ ଧରି ନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ କରି ପରିବାର ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଲୁଣା ନଦୀରେ ଖୋଜି ସସ୍ମିତାଙ୍କ ମୃତଦେହ ଉଦ୍ଧାର କରିଛନ୍ତି।

ଅନ୍ୟପକ୍ଷରେ ସସ୍ମିତାଙ୍କ ପରିବାର ଆଣିଛନ୍ତି ଗୁରୁତର ଅଭିଯୋଗ। ସସ୍ମିତାଙ୍କୁ ତାଙ୍କ ଶାଶୂଘର ଲୋକେ ଯୌତୁକ ନିର୍ଯାତନା ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଏପରିକି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି। ଯେଉଁଥିପାଇଁ ଅନେକ ଥର ସସ୍ମିତା ତାଙ୍କ ବାପଘରକୁ ଚାଲି ଆସୁଥିଲେ ବୋଲି ତାଙ୍କ ଭାଇ କହିଛନ୍ତି। ଏନେଇ ମାର୍ଶାଘାଇ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.