‘ଜଲ୍ଦିି କରିବାର ଆବଶ୍ୟକତା ନାହିଁ, ଚମକିବାର ବି ଆବଶ୍ୟକତା ନାହିଁ, ଅନ୍ୟ କୌଣସି ଭଳି ନୁହେଁ ନିଜେ କିଛି କରିବାର ଆବଶ୍ୟକତା ଅଛି’ । ଏହି ଶବ୍ଦ ଥିଲା ପ୍ରସିଦ୍ଧ ଇଂରାଜୀ ସାହିତି୍ୟକା, କବୟତ୍ରୀ ବର୍ଜିନିଆ ବୁଲ®ଙ୍କର, ଯାହାଙ୍କ ଜୀବନ ମଧ୍ୟ ଥିଲା ବହୁତ ଦୁଃଖ, ସଦ୍ମା ଏବଂ ଦୁର୍ଘଟଣାରେ ପରିପୂର୍ଣ୍ଣ । ତଥାପି ତାଙ୍କ ଲେଖନୀ କେବେବି ବନ୍ଦ ହୋଇନି । ୧୮୮୨ରେ ଜଣାଶୁଣା ଆଲୋଚକ ଓ ଲେଖକ ସର୍ ଲେସ୍ଲି ଷ୍ଟିଫେନ ଏବଂ ଜୁଲିଆ ଷ୍ଟିଫେନ୍ଙ୍କ କୋଳମଣ୍ଡନ କରିଥିଲେ ବର୍ଜିନିଆ । ଶୈଶବ ତାଙ୍କ ବେଶ୍ ଭଲରେ ଲଣ୍ଡନରେ ପିତାମାତାଙ୍କ ଗହଣରେ କଟିଥିଲା । ମାତ୍ର ୧୩ ବର୍ଷ ବୟସରେ ସେ ବର୍ଜିନିଆଙ୍କ ମାଆଙ୍କ ମୃତୁ୍ୟ ହୋଇଥିଲା ରୁମାଟିକ୍ ଫିବରରେ ଏବଂ ୧୯୦୪ରେ ତାଙ୍କ ପିତାଙ୍କ ମୃତୁ୍ୟ ହୋଇଥିଲା ପେଟ କ୍ୟାନସରେ ମୃତୁ୍ୟ ହୋଇଥିଲା । ପରେ ପରେ ସେ ସାବତ ଭାଇମାନଙ୍କ ଦ୍ୱାରା ଯୌନ ଉପିୀଡ଼ନର ଶିକାର ହୋଇଥିଲେ । ‘ଅ ସ୍କେଚ୍ ଅଫ୍ ଦ ପାଷ୍ଟ’ ଏବଂ ‘୨୨ ହାଇଡ଼ ପାର୍କ’ ଆଦିରେ ସେ ତାଙ୍କ ସାବତ ଭାଇମାନଙ୍କଦ୍ୱାରା ଯୌନ ଉପିୀଡ଼ନର ଶିକାର ହେବା ବିଷୟ ଉଲ୍ଲେଖ କରିଛନ୍ତି । ଏସବୁର ଗଭୀର ପ୍ରଭାବ ତାଙ୍କ ଉପରେ ପଡ଼ିବାର ତାଙ୍କ ଲେଖାମାନଙ୍କରୁ ଜାଣିବାକୁ ମିଳୁଛି । ୧୯୧୨ରେ ଲିୟୋନାର୍ଡ଼ ବୁଲ®ଙ୍କ ସହ ତାଙ୍କର ବିବାହ ହୋଇଥିଲା । ୧୯୧୫ରେ ବର୍ଜିନିଆଙ୍କ ପ୍ରଥମ ଉପନ୍ୟାସ ‘ଦ ବୟଜ୍ ଆଉଟ୍’ ପ୍ରକାଶିତ ହୋଇଥିଲା । କିଛି ବର୍ଷ ପରେ ବର୍ଜିନିଆ ସ୍ୱାମୀଙ୍କ ସହ ମିଶି ଏକ ପ୍ରେସ ଆରମ୍ଭ କରିଥିଲେ । ଏସବୁ ସତ୍ତେ୍ୱ ବର୍ଜିନିଆଙ୍କ ମାନସିକ ସ୍ୱ୍ୱାସ୍ଥ୍ୟ କେବେ ବି ଭଲ ନ ଥିଲା । ସେ ବହୁତ ଥର ଆତ୍ମହତ୍ୟାର ପ୍ରୟାସ କରିଥିଲେ । କେତେକଙ୍କ ମତରେ ସେ ବାଇପୋଲର ରୋଗରେ ପୀଡ଼ିତ ଥିଲେ । ଶେଷରେ ୧୯୪୧ରେ ଦୁଃଖରେ ମ୍ରିୟମାଣ ହୋଇ ନିଜ ପକେଟରେ ପଥର ଭର୍ତ୍ତି କରି ନଦୀରେ ବୁଡ଼ି ଆତ୍ମହତ୍ୟା କରିଥିଲେ ।