ଲୋକସଭାରେ ଗୃହୀତ ହେଲା ଏକକ ନଦୀ ଜଳ ଟ୍ରିବ୍ୟୁନାଲ : ରାଜ୍ୟ-ରାଜ୍ୟ ମଧ୍ୟରେ ଜଳ ବିବାଦର ହେବ ସମାଧାନ

0

ନୂଆଦିଲ୍ଲୀ,୩୧/୭: ଗତକାଲି ରାଜ୍ୟସଭାରେ ଐତିହାସିଲ ତିନି ତଲାକ ବିଲ୍ ପାରିତ ହେବା ପରେ ଆଜି ସଂସଦର ନିମ୍ନ ସଦନ ଲୋକସଭାରେ ଅନ୍ତଃରାଜ୍ୟ ନଦୀଜଳ ବିବାଦ ବା ଏକକ ନଦୀ ଜଳ ଟ୍ରିବ୍ୟୁନାଲ(ସଂଶୋଧନ) ବିଲ,୨୦୧୯ ଗୃହୀତ ହୋଇଛି । ଅନ୍ତଃରାଜ୍ୟ ନଦୀ ଜଳ ବିବାଦ ସମାଧାନ ପାଇଁ ଏକକ ଟ୍ରିବ୍ୟୁନାଲ ଗଠନ କରାଯାଇଛି। ଏବେ ଦେଶରେ ସବୁ ନଦୀ ଜଳ ବିବାଦର ସମାଧାନ ପାଇଁ ଗୋଟିଏ ଟ୍ରିବ୍ୟୁନାଲରେ କରାଯିବାର ବ୍ୟବସ୍ଥା ରହିଛି। ଲୋକସଭାରେ ଏହି ବିଲ୍ ପାରିତ ପରେ ଏବେ ଏହାକୁ ରାଜ୍ୟସଭାକୁ ପଠାଯିବ।

ଦେଶରେ ରାଜ୍ୟ ରାଜ୍ୟ ମଧ୍ୟରେ ନଦୀ ଜଳ ବଣ୍ଟନକୁ ନେଇ ଦେଖାଦେଉଥିବା ବିବାଦଗୁଡ଼ିକର ସମୟବଦ୍ଧ ସମାଧାନ କରିବାକୁ ଏକ ଅନ୍ତଃରାଜ୍ୟ ନଦୀ ଜଳବିବାଦ ଟ୍ରିବୁନାଲ ଗଠନ ପାଇଁ ଏଥିରେ ବ୍ୟବସ୍ଥା ରହିଛି । ପୂର୍ବରୁ ଏହାର ସମାଧାନ ପାଇଁ ଭିନ୍ନ ମାମଲାରେ ଭିନ୍ନ ଭିନ୍ନ ଟ୍ରିବ୍ୟୁନାଲ ଗଠନ ହେଉଥିଲା। ଏବେ ଦେଶରେ ସବୁ ନଦୀ ଜଳ ବିବାଦର ସମାଧାନ ପାଇଁ ଗୋଟିଏ ଟ୍ରିବ୍ୟୁନାଲ ବ୍ୟବସ୍ଥା ରହିଛି। ଏହି ଏକକ ଟ୍ରିବୁନାଲର ବିଭିନ୍ନ ବେଞ୍ଚ ରହିବ ଓ ଗୋଟିଏ ବିବାଦ ମଧ୍ୟରେ ୨ ବର୍ଷ ମଧ୍ୟରେ ଏହା ନିଜର ରାୟ ଶୁଣାଇବ। ବିଲ୍ ପାସ୍ ହେଲେ ଭିନ୍ନ ଭିନ୍ନ ନଦୀ ଜଳ ଟ୍ରିବ୍ୟୁନାଲ ଉଚ୍ଛେଦ ହେବ। ଏହି ବିଲକୁ ଜଳ ଶକ୍ତିମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ଵତ ଲୋକସଭାରେ ଆଗତ କରିଥିଲେ।

Leave A Reply

Your email address will not be published.