ଲୋକସଭାରେ ସଂସ୍କୃତରେ ଶପଥ ନେଲେ ପ୍ରତାପ ଷଡ଼ଙ୍ଗୀ , ଓଡ଼ିଆରେ ଭର୍ତ୍ତୃହରି ମହାତାବ

0

ନୂଆଦିଲ୍ଲୀ,୧୭/୬: ଆଜିଠାରୁ ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନର କାର୍ଯ୍ୟ ଦିବସରେ ଲୋକସଭାକୁ ନିର୍ବାଚିତ ହୋଇଥିବା ସଦସ୍ୟମାନେ ଶପଥ ନେଇଛନ୍ତି । ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାସକ ଦଳର ନେତାଭାବେ ଶପଥ ନେଇଛନ୍ତି । ଏହା ପରେ ଓଡ଼ିଶା ଦୁଇ ସାଂସଦ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ବିଜେଡ଼ି ସାଂସଦ ଭର୍ତ୍ତୃହରି ମହାତାବ ଶପଥ ଗ୍ରହଣ କରିଛନ୍ତି । ନବ ନିର୍ବାଚିତ ସଦସ୍ୟମାନଙ୍କୁ କାମଚଳା ବାଚସ୍ପତି ଡ. ବୀରେନ୍ଦ୍ର କୁମାର ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।

ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ସଂସ୍କୃତ ଭାଷାରେ ଶପଥ ଗ୍ରହଣ କରିଛନ୍ତି । ସେହିପରି ବିଜେଡ଼ି କଟକ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ଭାଷାରେ ଶପଥ ପାଠ କରିଥିଲେ । ଏମାନଙ୍କ ବ୍ୟତୀତ ଗୃହର ଅନ୍ୟ ସଦସ୍ୟମାନେ ମଧ୍ୟ ଶପଥ ନେଉଛନ୍ତି । ଏହି ଶପଥ ଗ୍ରହଣ ପ୍ରକ୍ରିୟା ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ଆସନ୍ତା 19 ତାରିଖରେ ବାଚସ୍ପତି ନିର୍ବାଚନ ହେବାର ରହିଛି ।

Leave A Reply

Your email address will not be published.