ଲୋକସଭା ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି: ରାଜନାଥ ଓ ଜେଟଲୀଙ୍କୁ ଗୁରୁ ଦାୟିତ୍ଵ

0

ନୂଆଦିଲ୍ଲୀ,୬/୧: ୨୦୧୯ ଲୋକସଭା ନିର୍ବାଚନ ପାଇଁ ବିଜେପି ଅଣ୍ଟା ଭିଡିଛି। ନିର୍ବାଚନୀ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ସଂକଳ୍ପ ପତ୍ର, ପ୍ରଚାର ଓ ଜନସଂପର୍କ ପାଇଁ ଭିନ୍ନ ଭିନ୍ନ କମିଟିର ଘୋଷଣା କରିଛନ୍ତି। ପାର୍ଟି ଅଧ୍ୟକ୍ଷ ଅମିତ୍ ଶାହା ସାଧାରଣ ନିର୍ବାଚନର ପ୍ରସ୍ତୁତି ପାଇଁ ୧୭ଟି ଦଳ ଗଠନ କରିଛନ୍ତି।
ବିଜେପି ସ୍ଵରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ସଂକଳ୍ପ ପତ୍ର(ନିର୍ବାଚନୀ ଇସ୍ତାହାର) କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି କରିଛି। ଅନ୍ୟ ପଟେ ଅରୁଣ ଜେଟଲୀଙ୍କୁ ପ୍ରଚାର କମିଟିର ନେତୃତ୍ଵ ଦାୟିତ୍ଵ ଦିଆଯାଇଛି। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କୁ ସାମାଜିକ-ସ୍ଵଂୟ ସହାୟକ ସଂଗଠନ ସଂପର୍କ କମିଟିର ଦାୟିତ୍ଵ ଦିଆଯାଇଛି।
୨୦ ସଦସ୍ୟ ବିଶିଷ୍ଟ ସଂକଳ୍ପ ପତ୍ର(ନିର୍ବାଚନୀ ଇସ୍ତାହାର) କମିଟିର ସଦସ୍ୟ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ, ରବିଶଙ୍କର ପ୍ରସାଦ, ପିୟୂଷ ଗୋଏଲ ଓ ମୁଖାତ ଅବ୍ବାସ ନକଭି ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ସାମିଲ। କମିଟିକୁ ପାର୍ଟିର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବାର ଦାୟିତ୍ଵ ଦିଆଯାଇଛି। ଜେଟଲୀ ମଧ୍ୟ ଏହି କମିଟିର ସଦସ୍ୟ ରହିବେ।

ଅନ୍ୟ ପଟେ ସାମାଜିକ ଏବଂ ସ୍ଵଂୟ ସହାୟକ ସଂଗଠନ ସହିତ ଯୋଗାଯୋଗ କରିବାକୁ ଥିବା କମିଟିର ପ୍ରମୁଖ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ହେବେ। ଏହା ସହିତ ତାଙ୍କର କ୍ୟାବିନେଟ୍ ସହକର୍ମୀ ସୁଷମା ସ୍ଵରାଜ ନିର୍ବାଚନ ପାଇଁ ସାହିତ୍ୟ ପ୍ରସ୍ତୁତ କରିବାକୁ ଥିବା କମିଟିର ପ୍ରମୁଖ ରହିବେ।

Leave A Reply

Your email address will not be published.