ଲୋକଙ୍କୁ ବିଭାଜନ କରିବାର ଷଡ଼ଯନ୍ତ୍ର କରୁଛି ଭାଜପା: ଅଖିଳେଶ

0

ଲକ୍ଷ୍ନୌ,୨୮/୧୨: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଭାଜପାକୁ ପୁଣି କରିଛନ୍ତି ଟାର୍ଗେଟ। ଲୋକଙ୍କୁ ଧର୍ମ, ଜାତି, ସମ୍ପ୍ରଦାୟ ଆଧାରରେ ଭାଜପା ବିଭାଜନ କରିବାର ପ୍ରୟାସ କରୁଛି। ସମାଜର ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ଭାଜପା ନଷ୍ଟ କରିବା ପାଇଁ ବାହାରିଛି। ଏବେ ଦେଶରେ ଭାଜପା ଯୋଗୁ ଅଶାନ୍ତ ସ୍ଥିତି ସୃଷ୍ଟି ହୋଇଛି। ଭାଜପାର ଅଦୂରଦୃଷ୍ଟି ନୀତିଯୋଗୁ ଦେଶର ସାଧାରଣ ଲୋକଙ୍କ ମଧ୍ୟରେ ଦୂରତା ବଢ଼ିବାରେ ଲାଗିଥିବା ଅଖିଳେଶ ଅଭିଯୋଗ କରିଛନ୍ତି। ଗୋରଖପୁର, ଫୁଲପୁର, କିରାନା ଉପନିର୍ବାଚନରେ ଭାଜପାକୁ ଲୋକେ ପ୍ରତ୍ୟାଖାନ କରିଛନ୍ତି। ଲୋକଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଅସନ୍ତୋଷର ପ୍ରଭାବ ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ନିଶ୍ଚିତ ପ୍ରତିଫଳିତ ହେବ ବୋଲି ଅଖିଳେଶ କହିଛନ୍ତି। ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରୁ ଭାଜପାର ଭବିଷ୍ୟତ ଜଣାପଡୁଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.