ଲୋକାର୍ପିତ ହେଲା ଦେଶର ସବୁଠୁ ବଡ଼ ପୋଲ

0

ଦିବ୍ରୁଗଡ଼, ୨୫/୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ଦେଶର ସବୁଠୁ ଲମ୍ବା ଓ ଏସିଆର ଦ୍ୱିତୀୟ ସବୁଠୁ ଲମ୍ବା ରେଳ-ସଡ଼କ ପୋଲ ବୋଗିବିଲ ବ୍ରିଜକୁ ଦେଶକୁ ଲୋକାର୍ପିତ କରିଛନ୍ତି । ଆସାମର ଦିବ୍ରୁଗଡ଼ର ୪.୯୪ କିଲୋମିଟର ଲମ୍ବର ଏହି ବୋଗିବିଲ ବ୍ରିଜ ବ୍ରହ୍ମପୁତ୍ର ନଦୀର ଉତ୍ତର ଓ ଦକ୍ଷିଣ କୂଳକୁ ସଂଯୋଗ କରିବ । ଏହି ବ୍ରିଜ କେବଳ ଜନତାଙ୍କ ଗମନା ଗମନ ପାଇଁ ନୁହେଁ ଦେଶର ସୁରକ୍ଷା ପାଇଁ ଚୀନ ସୀମା ପର୍ଯ୍ୟନ୍ତ ଯବାନ ଏବଂ ସାମରିକ ଉପକରଣ ନେବାରେ ଏହି ବ୍ରିଜ ମହତ୍ୱପୂର୍ଣ୍ଣ ଭୁମିକା ନିଭାଇବ । ଏହା ସହିତ ଜରୁରୀକାଳିନ ସମୟରେ ବ୍ରିଜ ଉପରେ ଲଢୁଆ ବିମାନ ମଧ୍ୟ ଅବତରଣ କରି ପାରିବ । ଏହି ପୋଲର ଶିଳାନ୍ୟାସ ୧୯୯୭ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ା ରଖିଥିଲେ । ଏହାର ନିର୍ମାଣ ୨୦୦୨ ଏପ୍ରିଲରେ ଆରମ୍ଭ ହୋଇଥିଲା । ଏହି ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ରେଳମନ୍ତ୍ରୀ ନୀତିଶ କୁମାରଙ୍କ ସହିତ ଏହାର ଭିତ୍ତିର ପ୍ରସ୍ତର ସ୍ଥାପନ କରିଥିଲେ ।

Leave A Reply

Your email address will not be published.