ଭୁବନେଶ୍ୱର, ୧୧/୧୨: ସୋମବାର ଲୋକାୟୁକ୍ତ ଗଠନ ପାଇଁ ୭ ଜଣିଆ ସର୍ଚ୍ଚ କମିଟି ଗଠନ କରାଯାଇଛି। ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅମିତାଭ ରାୟଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। କମିଟିରେ ସଞ୍ଜୀବ ହୋତା,ଗୋପାଳ ନନ୍ଦ ,ଡ.ଆରଏନ୍ ବହିଦାର, ଡ. ବିଧୁଭୂଷଣ ସାମଲ, ପ୍ରଫେସର ସ୍ନିଗଧା ପଟ୍ଟନାୟକ ଓ ଡ. ଭିଆର ରାମଭଟଲା ସ୍ଥାନ ପାଇଛନ୍ତି। ମାସକ ମଧ୍ୟରେ ଲୋକାୟୁକ୍ତଙ୍କ ନାଁ ଚୟନ କମିଟିକୁ ପଠାଇବାକୁ ନିଷ୍ପତି ନିଆଯାଇଛି।
ଆଜି ସଂଧ୍ୟାରେ ସ୍ଥାନୀୟ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚୟନ କମିଟି ବୈଠକରେ ଉପରୋକ୍ତ ନିଷ୍ପତି ନିଆଯାଇଛି। ବୈଠକରେ ବାଚସ୍ପତି ପ୍ରଦୀପ ଅମାତ୍, ହାଇକୋର୍ଟ ମୁଖ୍ୟ ବିଚାରପତି କଳ୍ପେଶ ସତ୍ୟେନ୍ଦ୍ର ଝାଭେରି ପ୍ରମୁଖ ଉପସ୍ଥିତ ଥିଲେ।