ଲୌହମାନବୀ ଜୟଲଳିତା

0

ଜୟଲଳିତା ଜୟରାମ ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଓ ରାଜନେତ୍ରୀ ଥିଲେ । ସେ ତାମିଲନାଡୁରେ ୫ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୮୯ରୁ ସେ ଏକ ଦ୍ରାବିଡ଼ ଦଳ ଏ.ଆଇ.ଡି.ଏମ୍‌.କେ ଗଠନ କରି ତାର ସଭାପତି ହୋଇଥିଲେ । ତାଙ୍କ ସମର୍ଥକମାନେ ତାଙ୍କୁ ଆମ୍ମା (ମା) ଲୌହମାନବୀ ଭାବେ ସମ୍ବୋଧନ କରୁଥିଲେ ।
ତିନି ବର୍ଷ ଶାସନ ପରେ ଏକ ବିଚାର ନ୍ୟାୟାଳୟ ତାଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ମାମଲାରେ ୨୦୧୪ ମସିହାରେ ଦୋଷୀ ସାବ୍ୟସ୍ତ କରି ତାଙ୍କ ମୁଖ୍ୟମନ୍ତ୍ରୀ ପଦ ରଦ୍ଦ କରିଥିଲେ । ଆଠ ମାସ ପରେ ତେଇଶ ଦିନ ଜେଲରେ ରହିବା ପରେ କର୍ଣ୍ଣାଟକ ହାଇକୋର୍ଟରୁ ଜୟଲଳିତା ସମସ୍ତ ଦୋଷରୁ ମୁକ୍ତ ହୋଇ ଆଉଥରେ ୨୦୧୫ ମେ ମାସରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୧୬ରେ ଗୁରୁତର ଭାବେ ଅସୁସ୍ଥ ହୋଇ ୭୫ ଦିନ କାଳ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ୨୦୧୬ ଡିସେମ୍ବର ୫ ତାରିଖରେ ହୃଦ୍‌ରୋଧର ଶୀକାର ହୋଇ ମୃତୁ୍ୟବରଣ କରିଥିଲେ ।

Leave A Reply

Your email address will not be published.